ଖୋର୍ଦ୍ଧା : ୧୦/୦୪ – ସପ୍ତଦଶ ଶତାବ୍ଦୀ ରେ ମହର୍ଷି କ୍ରତୁ ଦଣ୍ଡନୃତ୍ୟ ପରମ୍ପରା ସୃଷ୍ଟି କରିଥିଲେ ବୋଲି ସ୍କନ୍ଦ ପୁରାଣ ର ଉତ୍କଳ ଖଣ୍ଡରେ ବର୍ଣ୍ଣନା କରାଯାଇଛି |ସୁପ୍ତ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନା କୁ ଜାଗ୍ରତ କରିବା ଓ ମାନବ ସମାଜ କୁ ଶୃଙ୍ଖଳିତ କରିବା ଥିଲା ଦଣ୍ଡନୃତ୍ୟ ର ଭୂମିକା |ନିରାକାରପୁରର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ନିଳକଣ୍ଠେଶ୍ୱର ଦେବଙ୍କ ଆହ୍ୱାନ କ୍ରମେ କ୍ଷେତ୍ରବାସୀ ଏକାଡେମୀ ଖେଳପଡିଆ ପରିସର ରେ ୫ମ ବାର୍ଷିକ ୧୩ ଶମ୍ଭୁଦଣ୍ଡ ମିଳନ ମହାସମାରୋହ ରେ ଅନୁଷ୍ଠିତ ହୋଇଛି |
ଏହି ଶମ୍ଭୁଦଣ୍ଡ ମିଳନରେ ନିଳକଣ୍ଠେଶ୍ୱର ଦେବ ଓ ମାତା ଜଗଦମ୍ବା ସ୍ଥାନାଧିପତି ହୋଇଥିଲା ବେଳେ ନିମନ୍ତ୍ରଣ ହୋଇ ଆସିଥିବା ୧୩ମୈ।ଜାର ଠାକୁର ମାନେ ହେଲେ ଶ୍ରୀ ଚନ୍ଦନେଶ୍ୱର ଦେବ ଲେଣ୍ଡୋ, ଶ୍ରୀ ବିଶ୍ୱନାଥ ଦେବ ହରିପୁର,ଶ୍ରୀ କୃଷ୍ଣେଶ୍ୱର ଦେବ ଗୋଳବାଇ,ନିଳକଣ୍ଠେଶ୍ୱର ରମାବିଲି,ଶ୍ରୀ କୁମୁନ୍ଦେଶ୍ୱର ଦେବ ବାଦୁରାବର, ଶ୍ରୀ ଚନ୍ଦନେଶ୍ୱର ଦେବ ଆସେଲି,ଶ୍ରୀ ଗ୍ରାମେଶ୍ୱର ଦେବ ଅରାଚଂଳ,ଶ୍ରୀ କପିଳେଶ୍ୱରଦେବ ବାଲିଗାଁ, ଶ୍ରୀ କୃଷ୍ଣେଶ୍ୱର ଦେବ ଗୋଳବାଇ,ଶ୍ରୀ ଇଶାନେଶ୍ୱର ଦେବ ରୋଷଣା,ଶ୍ରୀ କପିଳେଶ୍ୱରଦେବ ପାଣ୍ଡବପାଟଣା,ଶ୍ରୀ ନାଟେଶ୍ୱର ଦେବ ହଜ,ଶ୍ରୀ କପିଳେଶ୍ୱରଦେବ ଷୋଢରପୁରର ଠାକୁର ଏକତ୍ରୀତ ହୋଇଥିଲେ।
ଭକ୍ତ ଶ୍ରଦ୍ଧାଳୁ ମାନେ ତ୍ରୟୋଦଶ ଶମ୍ଭୁ ମାନଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ।କ୍ଷେପଣାସ୍ତ୍ର ଏକାଡେମୀ ପଡିଆରେ ଭକ୍ତି ପରିମେୟ ପରିବେଶ ମଧ୍ୟରେ ହରିବୋଲ ହୁଳହୁଳି ରେ ନାମସଂକିର୍ତ୍ତନ, ଭଜନ କିର୍ତ୍ତନ ରେ ଫାଟି ପଡୁଥିଲା।ଭକ୍ତ ଭଗବାନ ଏକତ୍ରୀତ ହୋଇ ଥିଲେ।ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ମାନେ ତ୍ରୟୋଦଶ ଶମ୍ଭୁ ମାନଙ୍କୁ ଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ଭକ୍ତଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ |
More Stories
ଛିଲିପାମାଲ ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ।
ଓଲମା ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ
ଶ୍ରୀ ଜଗନ୍ନାଥ ମହୋତ୍ସବ ଷଷ୍ଠ ଦିବସରେ ମହାଯଜ୍ଞ ମହାପ୍ରଭୁଙ୍କ ପ୍ରାଣପ୍ରତିଷ୍ଠା ଓ ପ୍ରବଚନ।