ବନ୍ତ/ଆଗରପଡ଼ା,୨୭/୯:
ବନ୍ତ ବ୍ଲକର ୫ମ ସାଧାରଣ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇଙ୍କ ଅଧ୍ୟକ୍ଷତା ଏବଂ ଏବିଡ଼ିଓ ନିଶିକାନ୍ତ ଖୁଣ୍ଟିଆଙ୍କ ସଞ୍ଚଚାଳନରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସଂଜୀବ ମଲ୍ଲୀକ୍,ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଯେନା, ତହସିଲଦାର ସାର ହେମ୍ବ୍ରମ୍, ଉପାଧ୍ୟକ୍ଷା ପ୍ରଗତି ବାଳା ସ୍ୱାଇଁ, ବିଡ଼ିଓ ପ୍ରଦୀପ କୁମାର ସେଠୀ, ସହକାରୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।
ମୁଖ୍ୟତଃ ଅଞ୍ଚଚଳରେ ବିକାଶ ତଥା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ଓ ପାନୀୟ ଜଳ, ଆବାସ, ବିଦ୍ୟୁତ୍, ଗମନାଗମନ, ଖାଦ୍ୟ, ରାସ୍ତା ଘାଟ, ସ୍ୱାସ୍ଥ୍ୟ ଇତ୍ୟାଦି କ୍ଷେତ୍ରରେ ଅଂଚଳରେ ଅନେକ ଅସୁବିଧା ରହିଛି ଏବଂ ଏହି ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କୁ ସାଂସଦ ଏବଂ ବିଧାୟକ ଅବଗତ କରିଥିଲେ ।
ଏହା ସହ ସାଂସଦ ଅଧପନ୍ତରିଆ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଏବଂ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ବ୍ଳକ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଜନପ୍ରତିନିଧି ମାନେ ଯୋଗଦେଇ ନିଜ ନିଜ ପଞ୍ଚଚାୟତର ନାନାବିଦ୍ଧ ସମସ୍ୟା ବିଷୟରେ ଅବଗତ ସହ ଏହାକୁ ସୂଚାରୁ ରୂପେ ସଂପାଦନ ପାଇଁ ଦାବି ଉପସ୍ଥାପନ କରିଥିଲେ ।
ଏହି ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ମହିଳା ଶିଶୁ ବିକାଶ , କୃଷି, ପାନୀୟଜଳ, ଶିକ୍ଷା, ବିଦ୍ୟୁତ୍ ବିଭାଗର ଅଧିକାରୀଙ୍କ ସହ ୨୫ଗୋଟି ପଞ୍ଚାୟତର ଜନପ୍ରତିନିଧି ମାନେ ଯୋଗଦେଇଥିଲେ ।
More Stories
କୋଲକାତା ବଳାତ୍କାର ମାମଲା।
ଉତ୍ତରାଖଣ୍ଡରେ ଚଳିତ ମାସରେ ଲାଗୁ ହେବ UCC।
ମହାକୁମ୍ଭରେ ‘ମହାପ୍ରସାଦ ସେବା’ ଆରମ୍ଭ କରିବ ଆଦାନୀ ଗ୍ରୁପ୍ ଓ ଇସ୍କନ୍।