MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ୭୮ତମ ସ୍ବାଧିନତା ଦିବସ ପାଳିତ।

ମୋ ଟିଭି ଓଡିଶା / ଖୋର୍ଦ୍ଧା :

ଟାଙ୍ଗୀ ଦେଶ ଆଜି ପାଳନ କରୁଛି ୭୮ତମ ସ୍ୱାଧିନତା ଦିବସ।ସୀମାରେ ଜବାନ ,ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ,ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସାଧାରଣ ଲୋକେ ସ୍ୱାଧିନତା ଦିବସ ପାଳନ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ବରିଷ୍ଠ ନାଗରିକ ସଂଘ ପାଳନ କରିଛନ୍ତି ସ୍ୱାଧିନତା ଦିବସ।୭୮ତମ ସ୍ୱାଧିନତା ଦିବସରେ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ନିରାକାରପୁର ଠାରେ ଉଡୁଛି ଜାତୀୟ ତ୍ରିରଙ୍ଗା ପତାକା।କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗରୁ ଅବସର ନେଇଥିବା କର୍ମଚାରୀ ମାନେ ଜାତୀୟ ପତାକା ଉତ୍ତୋଳନ କରି ଜାତୀୟ ସଂଗୀତ ବୋଲି ଭାରତ ମାତାକି ଜୟ ଧ୍ୱନିରେ ସ୍ୱାଧିନତା ଦିବସ ପାଳନ କରିଛନ୍ତି।ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଉପଦେଷ୍ଟା ରାମକୃଷ୍ଣ ପଟ୍ଟନାୟକ, ସଭାପତି ପ୍ରସନ୍ନ କୁମାର ନନ୍ଦ ଓ ସଂପାଦକ ଦିନବନ୍ଧୁ କର ଙ୍କ ନେତୃତ୍ବରେ ବରିଷ୍ଠ ନାଗରିକ ମାନେ ଯୋଗଦେଇ ୭୮ତମ ସ୍ୱାଧିନତା ଦିବସକୁ ମହା ସମାରୋହରେ ପାଳନ କରିଛନ୍ତି।ଅତିଥିଭାବେ ଯୋଗ ଦେଇଥିଲେ ନିରାକାରପୁର ସାମ୍ବାଦିକ ସଂଘ ର ସଭାପତି ଦୀପକ ପ୍ରଧାନ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।ସର୍ବେଶ୍ୱର ପାହାଡାସିଂହ,ଅଦିତ୍ବ ପାଇକରାୟ, ଗୋଲଖ ରାଉତରାୟ,ରତ୍ନାକର ମଂଗରାଜ,ଧ୍ବଜା ବାରିକ,ଗଂଗାଧର ପଟ୍ଟନାୟକ,ବିଶ୍ବନାଥ ବେହେରା, ପୂର୍ଣ୍ଣଚନ୍ଦ୍ର ରଥ,ରସିକ ପଲେଇ, ପ୍ରଫୁଲ ରାଉତରାୟ, ପୂର୍ଣ ଚଂପତ୍ତି ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।