ମୋ ଟିଭି ଓଡିଶା / ଭୁବନେଶ୍ୱର :
ଗୁରୁ ବିଷ୍ଣୁ ମୋହନ ନାୟକ ଥିଲେ ଜଣେ ଉଚ୍ଚ କୋଟିର ସଙ୍ଗୀତଜ୍ଞ। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ତାଙ୍କର ପାରଦର୍ଶିତା ସଙ୍ଗୀତ କ୍ଷେତ୍ରରେ ତାଙ୍କୁ ପରିଚିତ କରିଥିଲା ପ୍ରଦାନ କରୁଥିଲେ। ସରଳ ଶିକ୍ଷା ପଦ୍ଧତି ପାଇଁ ସେ ଛାତ୍ର ଛାତ୍ରୀଙ୍କ ଅତ୍ୟନ୍ତ ପ୍ରିୟ ଥିଲା। ପ୍ରତିଷ୍ଠିତ ସଙ୍ଗୀତ ଅନୁଷ୍ଠାନ ରାଗମାଳା ପକ୍ଷରୁ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶାର ସହଭାଗିତାରେ ଗୁରୁଜୀ ଗୁରୁ ଗୁରୁଶ୍ରେଷ୍ଠ ସ୍ୱର୍ଗତଃ ବିଷ୍ଣୁମୋହନ ନାୟକଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି ।
ଏହି ଉତ୍ସବରେ ଗୋଲକ ମହାପାତ୍ର ରାଜ୍ୟ ଉପସଭାପତି, ବିଜେପି, ଓଡ଼ିଶା ମୁଖ୍ୟ ଅତିଥି ଏବଂ ଦିଲ୍ଲିପ କୁମାର ରାଉତରାୟ ନିର୍ଦ୍ଦେଶକ, ସଂସ୍କୃତି ବିଭାଗ, ଓଡ଼ିଶା ସମ୍ମାନିତ ଅତିଥି, ରାଗମାଳାର ସମ୍ପାଦକ ସଙ୍ଗୀତ ଆଚାର୍ଯ୍ୟ ଗୁରୁ ରଜନୀ କାନ୍ତ ପାଢ଼ୀ ଗୁରୁ ବାଳକୃଷ୍ଣ ବେହେରା ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ସଙ୍ଗୀତାଚାର୍ଯ୍ୟ ରଜନୀ କାନ୍ତ ପାଢ଼ୀଙ୍କ ନିର୍ଦ୍ଦେଶନାରେ ରାଗମାଳା ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଶାସ୍ତ୍ରୀୟ ସଙ୍ଗୀତ ଖମାଳ ଛୋଟା ଖେଯାଇ ବନ୍ଦୀଶ – କିଷନ ବୋଲେ ବଢ଼ା ପ୍ୟାରା ପରିବେଷଣ କରାଯାଇଥିଲା । ପରେ ପରେ ଗୁରୁ କମଳିନୀ ଜେନାଙ୍କ ଭାବ ସଙ୍ଗୀତ ନିର୍ଦ୍ଦେଶନାରେ ନୀଳଶୈଳ ମ୍ୟୁଜିକ୍ ଏକାଡେମୀ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରାଗ କାଫିରେ ଏକ ଛୋଟା ଖେଯାଇ ପରିବେଷିତ ହୋଇଥିଲା । ଏହିଭାବ ସଂଗୀତ ସମାରୋହ ରେ କଣ୍ଠ ଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରି ଶ୍ରୋତଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ l ଗୁରୁ ସ୍ମୃତିରଞ୍ଜନ ପାଢ଼ୀ, ଗୁରୁଶ୍ରୀ ସୁଧାଂଶୁ ସାହୁ, ଗୁରୁଶ୍ରୀ ରାକେଶ କୁମାର ନାଥ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ।ଗୁରୁ ବିଭୁଦତ୍ତ ନାୟକ ସଞ୍ଚାଳନ କରିଥିବା ବେଳେ କବି ରାଧାଶ୍ୟାମ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।