January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୋର୍ଟ ଜମିକୁ ଜବର ଦଖଲ କରିଥିବା ଲୋକଙ୍କ ଘର ଉଚ୍ଛେଦ କଲା ପ୍ରଶାସନ ।


ଦାରିଙ୍ଗବାଡ଼ି,ମୋ ଟିଭି ଓଡ଼ିଶା(ସୁଶାନ୍ତ କୁମାର ସାହୁ)


କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକର ସ୍ଥାନୀୟ କୋର୍ଟ ଜମିରେ ଜବର ଦଖଲ କରି ରହିଥିବା କିଛି ପରିବାରକୁ ଉଚ୍ଛେଦ କରିଛି ପ୍ରଶାସନ । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ତହସିଲଦାର ଶରତ ଶବର, ଥାନା ଅଧିକାରୀ ଅଶୋକ ହାଁସଦା ଓ ପୋଲିସ ଫୋର୍ସ ଉପସ୍ଥିତିରେ କୋର୍ଟ ଜମିରେ ଜବର ଦଖଲ କରି ରହିଆସୁଥିବା ୬ ପରିବାରକୁ ଉଚ୍ଛେଦ କରାଯାଇଛି ।

ସେମାନେ ହେଲେ ମନୋଜ କୁମାର ସାହୁ ପିତା ପଦ୍ମନାଭ ସାହୁ, ହୀରା ନାୟକ ପିତା ବାଲୁଙ୍କେଶ୍ୱର ନାୟକ , ଶଙ୍କର ବେହେରା ପିତା ହେମଚନ୍ଦ୍ର ବେହେରା, ରଶ୍ମିତା ସାହୁ ସ୍ୱାମୀ କାହ୍ନୁ ଚରଣ ସାହୁ, ଦୁର୍ଗା ମାଧବ ପ୍ରଧାନ ପିତା ଇଶୋର ଚନ୍ଦ୍ର ପ୍ରଧାନ ଏବଂ ଜ୍ଞାନରଞ୍ଜନ ସାହୁ ପିତା ଶ୍ୟାମଘନ ସାହୁ ସମସ୍ତେ ଦାରିଙ୍ଗବାଡ଼ି ଗ୍ରାମପଞ୍ଚାୟତ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କୁ ଉଚ୍ଛେଦ ପାଇଁ ପୂର୍ବରୁ ନୋଟିସ ଦିଆଯାଇଥିଲା । ତେବେ ବାରମ୍ବାର ଉକ୍ତ ବ୍ୟକ୍ତି ମାନଙ୍କୁ ଜାଗା ଖାଲିକରିବା ପାଇଁ ତାଗିଦ୍ କରାଯାଇଥିଲେ ମଧ୍ୟ ସେଥିପ୍ରତି କେହି ଗୁରୁତ୍ୱ ଦେଉନଥିଲେ ।

ଗତକାଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ଦାରିଙ୍ଗବାଡ଼ି ତହସିଲ ପକ୍ଷରୁ ନଭେମ୍ବର ମାସ ୨୬ ତାରିଖ ରେ ଶେଷ ଥର ପାଇଁ ଡ଼ାକବାଜି ଯନ୍ତ୍ର ଯୋଗେ ଉଛେଦ ପାଇଁ କୁହାଯାଇଥିବା ତହସିଲ ପକ୍ଷରୁ ସୂଚନା ମିଳିଥିବା ବେଳେ ଜବର ଦଖଲ କାରୀଙ୍କୁ ନୋଟିସ ଦିଆଯାଇ ନ ଥିବା ସେମାନେ ଅଭିଯୋଗ ଆଣିଛନ୍ତି । ଜବର ଦଖଲ କାରୀ ଆଶ୍ରୟ ହରାଇ ବେସାହାରା ହୋଇ ରହିଛନ୍ତି ପ୍ରଶାସନ ଉଚିତ ତଦନ୍ତ କରି ପ୍ରକୃତ ଜମିହୀନଙ୍କୁ ଶୀଘ୍ର ଥଇଥାନ ବ୍ୟବସ୍ଥା କରନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।