MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦୁଇ ବର୍ଷ ଧରି ନିର୍ମାଣ ହୋଇଥିବା ବସୁଧା ପ୍ରକଳ୍ପ ଅଚଳ,ଶୋଷ ମେଣ୍ଡାଉଛି ଚୁଆ ପାଣି ।


ଦାରିଙ୍ଗବାଡି,ମୋଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)


ଦିନ କର କିମ୍ବା ଦୁଇ ଦିନର କଥା ନୁହେଁ ଦେଶ ସ୍ୱ।ଧିନ ପରଠାରୁ ଗ୍ରାମରେ ଚୁଆ ପାଣି ଭରସା । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୁମିକିଆ ଗ୍ରାମପଞ୍ଜାୟତ ରାଣୀପଦର ଗ୍ରାମରେ ଦୀର୍ଘ ବର୍ଷ ଧରି ପିଇବା ପାଣି ପାଇଁ ହୀନସ୍ତା ହେଉଛନ୍ତି ୪୦ରୁ ଅଧୂକ ପରିବାର ।

ଗାଁରେ ପାନୀୟ ଜଳର ସୁବିଧା ପାଇଁ ବସୁଧା ଯୋଜନାରେ ନିର୍ମାଣ ହେଉଛି ପାଣି ଟାଙ୍କି ହେଲେ ନିର୍ମାଣ ର ଦୁଇବର୍ଷରୁ ଅଧିକା ସମୟ ବିତି ଯାଇଥିଲେ ମଧ୍ୟ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ପାଇଁ ଆଜି ନିର୍ମାଣ କାଯ୍ୟ ସଂପୂଣ୍ଣ ହୋଇପାରୁନାହିଁ ଯାହାରି ଫଳାରେ ଲୋକେ ବାଧ୍ୟ ହୋଇ ଲୋକେ ଗୋଳିଆ ଚୂଆ ପାଣି ପିଇ ଶୋଷ ମେଣ୍ଟାଉଛନ୍ତି । ସମସ୍ୟା ସଂପର୍କରେ ପ୍ରଶାସନଠୁ ଆରମ୍ଭ କରି ରାଜନେତା ସମସ୍ତଙ୍କୁ ଦାବି ଜଣାଯାଇଛି । ହେଲେ ଏବେ ଯାଏ କିଛି ପଦକ୍ଷେପ ନିଆଯାଇ ନାହିଁ ବୋଲି ଗ୍ରାମର କିଆବିଶି ପ୍ରଧାନ,ପିଙ୍କି ପ୍ରଧାନ,ଗହୁଲ ପ୍ରଧାନ କହିବା ସହିତ ଦୀପ ତଳ ଅନ୍ଧାର ଭଳି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୪ ଚାରୀ କିଲୋମିଟର ହୋଇଥିବା ବେଳେ ସରପଞ୍ଚ ତ୍ରିନାଥ ପ୍ରଧାନ ଧ୍ୟାନ ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।


ଏପଟେ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବାବେଳେ। କାହାକୁ ଗୁହାରି କଲେ କେହି ଶୁଣୁ ନାହାନ୍ତି । ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସବୁଦିନ ପାଣିର ବ୍ୟବସ୍ଥା ହୋଇ ପାରୁନାହିଁ । ଏନେଇ ଦରିଙ୍ଗିବାଡ଼ି ବିଡ଼ିଓ ପ୍ରୀତି ରଞ୍ଜନ ରଥଙ୍କ ପଚାରିବାରୁ ସେ ଏହିବିଷୟରେ ଅବଗତ ନଥିବା କହିଛନ୍ତି ତେବେ କିପରି ସମସ୍ୟାର ତୁରନ୍ତ ସମାଧାନ ହୋଇପାରିବ ତାହା କରିବି ବୋଲି କହିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।