MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗାଁ ନିକଟରେ ରହିଛି ଭାଲୁ , ଅଞ୍ଚଳବାସୀ ଆତଙ୍କିତ।


ମୋ ଟିଭି ଓଡିଶା / କଳାହାଣ୍ଡି : ୨୯/୦୯


ଧର୍ମଗଡ ବନାଞ୍ଚଳ କୋକସରା ବ୍ଲକ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଅଧିନରେ ଥିବା ଆମପାଣି ଫରେଷ୍ଟ ସେକ୍ସନ ପାତ୍ରବସା ଗ୍ରାମ ଅଞ୍ଚଳରେ ଏକ ଗୋଠ ଛଡା ଭାଲୁ କିଛି ଦିନ ହେବ ବୁଲାବୁଲି କରୁଥିବାରୁ ଲୋକେ ଭୟଭୀତ ହେଉଥିବା ଦେଖିବାକୁ ମିଳୁଛି |

ଘଟଣା କୁ ନେଇ ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀଶଙ୍କର କୁଅଁର ଓ ଆମପାଣି ବନ ବିଭାଗ ଏବଂ ବେହେରା ବନ ବିଭାଗ କର୍ମଚାରୀ ଆମପାଣି ଫରେଷ୍ଟ ସେକ୍ସନ ପାତ୍ରବସା ଭାଲୁ ବିଚରଣ କରୁଥିବା ଜଙ୍ଗଲ ଅଞ୍ଚଳ ରେ ପହଞ୍ଚି ଭାଲୁ ଉପରେ ନଜର ରଖିବା ସହିତ, ଜନସାଧାରଣ ଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ସଚେତନ କରୁଥିବା ଦେଖିବାକୁ ମିଳିଛି |

ଭାଲୁ ଟି କେତେ ବେଳେ ଗାଁରେ ପଶି ଯାଉଛି ତ କେତେବେଳେ ରାସ୍ତା ଉପରେ ଚାଲି ଆସୁଛି। ଏହି ଅଞ୍ଚଳ ରେ ମକାଚାଷ ହୋଇଥିବାରୁ ମକା ବାଡ଼ି ରେ ଭାଲୁ ମକା ଖାଇବା ପାଇଁ ରହିଥିବା ଜଣାପଡିଛି। ଯାହାକୁ ନେଇ ଲୋକେ ଭୟଭୀତ ହେଉଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ସ୍କୁଲଛାଡୁ ନାହାଁନ୍ତି।

ଏନେଇ ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀ ଶଙ୍କର କାଉର ଙ୍କ ପ୍ରତିକ୍ରିୟା ନେବାରୁ ଆମେ ଭାଲୁର ଗତିପଥ ଉପରେ ନଜର ରଖିବା ସହ ଭାଲୁ ଚଲାପଥରେ ନ ଯିବାକୁ ଲୋକଙ୍କୁ ବାରଣ କରିବା ସହ ରାତିରେ ଘରୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ସଚେତନ କରୁଛୁ । ଓ ଭାଲୁ କେମିତି ଶୀଘ୍ର ଜଙ୍ଗଲ ମୁହାଁ ହେବ ତାହାରି ଉପରେ ଆମରି ନଜର ରହିଛି ବୋଲି କହିଛନ୍ତି ।
ରିପୋର୍ଟ-ସନତ କୁମାର ପ୍ରଧାନୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।