ମୋ ଟିଭି ଓଡିଶା / କଳାହାଣ୍ଡି : ୧୭/୦୬
କଳାହାଣ୍ଡି ରାଜନୀତି ରେ ରାଜନୈତିକ ଝଡ଼ ଦେଖିବାକୁ ମିଳିଛି।ପୁଣି କଡ଼ ଲେଉଟାଇଛି କଳାହାଣ୍ଡି ଜିଲ୍ଲାରେ ରାଜନୀତି ଦୃଶ୍ୟପଟ। ଭବାନୀପାଟଣା ରେ ପୋୖରାଧକ୍ଷ୍ୟା ଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଏବେ ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଙ୍କ ବିରୋଧ ରେ ରଣ ହୁଙ୍କାର ଦେଇଛନ୍ତି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପାଧକ୍ଷ୍ୟା ସମେତ ବିଜେଡି ୯ ଜଣ କାଉନସିଲର। ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ କାଉନସିଲର ମାନଙ୍କୁ ଉପେକ୍ଷିତ ଓ ମନମୁଖୀ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ କରିଛନ୍ତି। ଏନେଇ ଉପାଧକ୍ଷ୍ୟା ହିମାଦ୍ରୀ ନାଏକ ଙ୍କ ସଭାପତିତ୍ୱ ରେ ଏକ ପ୍ରସ୍ତାବ ଆଗତ କରଯାଇଥିଲା ଓ।ପରବର୍ତ୍ତୀ ସମୟରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷ। ରେଡି ଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଦାନ କରାଯାଇଛି।
ଜୁନାଗଡ଼ ଏନଏସି ୧୨ ୱାର୍ଡ଼ କୁ ନେଇ ଗଠିତ ହୋଇଥିବା ବେଳେ ୨ ଜଣ ବିଜେପି କାଉନସିଲର ଓ ୧୦ ଜଣ ବିଜେଡି କାଉନସିଲର ରହିଛନ୍ତି। ଅନାସ୍ଥା ପ୍ରସ୍ତାବ ପରେ ଆଗକୁ ଜୁନାଗଡ଼ ରାଜନୀତି ରୋଚକ ମୋଡ଼ ନେବ ବୋଳି ଚର୍ଚ୍ଚା ହେଉଛି। ୨୦ ୱାର୍ଡ଼ କୁ ନେଇ ଗଠିତ ଭବାନୀପାଟଣା ପୌର ପରିଷଦ ରେ ଅଧ୍ୟକ୍ଷା ସମେତ ମୋଟ ୧୮ ଜଣ କାଉନସିଲର ବିଜେଡିର ଥିବା ସତ୍ତ୍ଵେ ନିଜ ଦଳର ଅଧ୍ୟକ୍ଷାଙ୍କ ବିରୋଧରେ ଯୁଦ୍ଧ ଦେହି ଡାକରା ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ରାଜ୍ୟ ସରକାର ପରିବର୍ତ୍ତନ ପରେ ବିଜେଡି ଦଳରେ ମଧ୍ୟ ଗୋଷ୍ଠୀ କନ୍ଦଳ ଦେଖାଦେଇଛି। ପୁଣି ଜୁନାଗଡ଼ରେ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ କଳାହାଣ୍ଡି ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ଜୁନାଗଡ଼ ଏନଏସି ଉପାଧକ୍ଷ୍ୟା ହିମାଦ୍ରୀ ନାଏକ ଓ ବିଜେଡି ର କାଉରସିଲର। ତେବେ ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ଚେକ ମେଟ।କରିବା ପାଇଁ ଏହା ବିଜେଡି ର ଏକ ସୁଚିନ୍ତିତ ରଣନୀତି କି ବୋଳି ମଧ୍ୟ ଚର୍ଚ୍ଚା ହେଉଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।