ମୋ ଟିଭି ଓଡିଶା / ସୋର : ୨୦/୦୭/୨୪
ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର କରାଯାଇଛି। ଛୁରୀ ଭୁସି ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଜଣଙ୍କ ପୁରୀ ଟାଉନ ଥାନା ଗୁଣ୍ଡିଚା ମନ୍ଦିର ଅଂଚଳର ରବିନାରାୟଣ ଗୁଲି ବୋଲି ଜଣାପଡିଛି। ସୂଚନା ଅନୁସାରେ ମୃତ ରବିନାରାୟଣ ଗୋପାଳପୁର ଥାନା ତାଳପଦା ବିର୍ଲା ଗ୍ରାମର ରସାନନ୍ଦ ଦାଶଙ୍କ ଝିଅ ଉସାମଣୀଙ୍କୁ ବିବାହ କରି ଗୋପାଳପୁରରେ ରହୁଥିଲେ। ଆଜି ରାତିରେ ବାଲେଶ୍ୱରରୁ ଫେରି ଜଣେ ବନ୍ଧୁଙ୍କ ସହ ଏକ ବାଇକ ଯୋଗେ ଭଦ୍ରକ ଅଭିମୁଖେ ଯାଉଥିଲେ। ମାତ୍ର ସୋର ଥାନା ତଳନଗର ନିକଟରେ ସ୍ଥାନୀୟ ଲୋକେ ରବିନାରାୟଣଙ୍କୁ ରାସ୍ତା ଉପରେ ପଡିଥିବାର ଦେଖି ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ। କିନ୍ତୁ ଏହି ସମୟରେ ଜାତୀୟ ରାଜପଥ ପେଟ୍ରୋଲିଂ ଗାଡି ଯାଉଥିବା ବେଳେ ରବିନାରାୟଣଙ୍କୁ ମୁର୍ମୁସ ଅବସ୍ଥାରେ ଉଦ୍ଧାର କରି ସୋର ଡକ୍ଟରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ସହିତ ଆସିଥିବା ଅନ୍ୟ ଜଣେ ଯୁବକ ଓ ବାଇକଟିର କୌଣସି ସନ୍ଧାନ ମିଳିନଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରବିନାରାୟଣ ଙ୍କ ପେଟରେ ଛୁରୀ ମାଡ଼ କରାଯିବାରୁ ତାଙ୍କ ଅନ୍ତବୁଜୁଳା ବାହାରକୁ ବାହାରିଆସିଥିବା ଦେଖିବାକୁ ମିଳିଛି। ଖବର ପାଇ ତାଙ୍କ ସ୍ତ୍ରୀ ଡାକ୍ତରଖନାରେ ପହଂଚି ଶବକୁ ଚିହ୍ନିଥିବା ବେଳେ ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁ କରି ମୃତ ଯୁବକ ଙ୍କ ସ୍ତ୍ରୀ କୁ ଅଟକ ରଖି ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।