ମୋ ଟିଭି ଓଡିଶା / ଭୁବନେଶ୍ୱର : ଆଜି ହଉଛି ଗହ୍ମା ପୁର୍ଣିମା l ଆକାଶରେ ଆଜି ଦେଖାଯିବ ନୀଳଜହ୍ନ। ସାଧାରଣ ପୂର୍ଣ୍ଣିମା ଜହ୍ନଠାରୁ ଏହା ୨୫ପ୍ରତିଶତ ଉଜ୍ଜ୍ୱଳ ଓ ୧୦ପ୍ରତିଶତ ବଡ ଦେଖାଯିବ। ଆକାଶ ମେଘମୁକ୍ତ ରହିଲେ ଏହା ଖାଲି ଆଖିରେ ଦେଖି ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ପୂର୍ବତନ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ନୀଳଜହ୍ନ ଦୁଇ ପ୍ରକାର। ପ୍ରଥମଟି ହେଲା ଯଦି କୌଣସି ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡେ ତେବେ ଦ୍ବିତୀୟ ପୂର୍ଣ୍ଣିମାରେ ଦେଖାଯାଉଥିବା ଜହ୍ନକୁ ନୀଳ ଜହ୍ନ ରୂପେ ନାମିତ କରାଯାଇଥାଏ। ସେହିପରି ଯଦି ଗୋଟିଏ ଋତୁରେ ଅର୍ଥାତ ୩ ମାସରେ ୪ଟି ପୂର୍ଣ୍ଣିମା ପଡିଥାଏ ତେବେ ତୃତୀୟ ପୂର୍ଣ୍ଣିମାରେ ଦେଖାଯାଉଥିବା ଜହ୍ନକୁ ନୀଳଜହ୍ନ ବୋଲି କୁହାଯାଇଥାଏ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।