କଳାହାଣ୍ଡି:୧୪/୦୯(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲାରେ ଥମୁନାହିଁ ଦାଦନ ମୃତ୍ୟୁ, ଜିଲ୍ଲା ର କୌଣସି ନା କୌଣସି ବ୍ଲକ ଅଞ୍ଚଳ କୁ କିଛି ଦିନ ର ବ୍ୟବଧାନ ପରେ ଫେରୁଛି ଦାଦନ ଶ୍ରମିକଙ୍କ ଶବ,ସେହି ଅଧ୍ୟାୟ ରେ ପୁଣି ଯୋଡ଼ିଛି ଆଉ ଏକ ଦାଦନ ଶ୍ରମିକଙ୍କ ନାଁ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁପାଡ଼ ଗ୍ରାମ ନାଏକ ପଡା ର ବୈକୁଣ୍ଠ ଧ. ମାଝୀ ଙ୍କ ଭେଣ୍ଡିଆ ପୁଅ ପଦ୍ମଲୋଚନ ଧ. ମାଝୀ (ପିଣ୍ଟୁ)ଗତ ଦୁଇ ମାସ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ କୌଣସି ଏକ ଘରୋଇ ଠିକାସଂସ୍ଥା ରେ ନିୟୋଜିତ ଥିଲେ। ତେବେ ଗତ ଦୁଇ ଦିନ ତଳେ ଜ୍ୱର ହୋଇ ଗୁରୁତର ହେବାରୁ ସେଠାରେ ଥିବା ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି।

ମୃତ୍ୟୁ ପରେ ଠିକାସଂସ୍ଥା ଏକ ଆମ୍ବୁଲାନ୍ସ ଯୋଗେ ମୃତ ଦାଦନ ଶ୍ରମିକଙ୍କ ଶବ କୁ ଗାଁ କୁ ପଠାଇଥିବା ବେଳେ ଶନିବାର ମୃତଦେହ ଗାଁ ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।ପରେ ମୃତ ଦାଦନ ଶ୍ରମିକଙ୍କ ଶବ କୁ ଗାଁ ମଶାଣି ରେ ଦାହ କରାଯାଇଛି। ପରିବାର ର ରୋଜଗାରିଆ ପୁଅ ର ମୃତ୍ୟୁ କୁ ନେଇ ବାପା ମା ଭାଙ୍ଗି ପଡିଛନ୍ତି, ସରକାରୀ ସ୍ତରରେ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।