ମୋ ଟିଭି ଓଡିଶା / କଳାହାଣ୍ଡି : ୧୯/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଥମୁନି ଦାଦନ ଯନ୍ତ୍ରଣା। ବ୍ଲକ ର ଡେଙ୍ଗାଗୁଡା ଗ୍ରାମ ଗୌନ୍ତିଆ ପଡା ର ସନୁ ଛାତ୍ରୀଆ (୫୬)ଙ୍କ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ସୁଦୂର ଗୋଆ ର ମଡ଼ଗାଓଁ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ଠିକାସଂସ୍ଥା ର ସହଯୋଗ ରେ ସୋମବାର ମୃତକ ଙ୍କ ଶବ ଭିଟାମାଟି କୁ ଫେରିଛି।ସୂଚନା ମତେ ଡେଙ୍ଗାଗୁଡା ଗ୍ରାମ ଗୌନ୍ତିଆ ପଡା ର ସନୁ ଛାତ୍ରୀଆ ଆଜକୁ ୩ ମାସ ତଳେ ପେଟପାଟଣା ପାଇଁ ନିଜ ସମ୍ପର୍କୀୟ ଶଳା (ଛତିଶଗଡ଼ ଝାକରପଡା ) ସହ ମିଶି ଗୋଆ କୁ ଦାଦନ।

ଖଟିବାକୁ ଯାଇ ଏକ ଠିକାସଂସ୍ଥା ରେ ଘର ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ଥିଲେ। ତେବେ ଶନିବାର ସନ୍ଧ୍ୟାରେ ଦେହ ଅସୁସ୍ଥ ହୋଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ଠିକାସଂସ୍ଥା କୁ ମୃତକ ଙ୍କ ପରିଜନ ମାନେ ଫୋନ କରି ଶବ ପଠାଇବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ ପରେ ଠିକାସଂସ୍ଥା ଶବ କୁ ଗୋଆ ରୁ ବିମାନ ଯୋଗେ ରାୟପୁର ଓ ରାୟପୁର ରୁ ଏକ ଆମ୍ବୁଲାନ୍ସ ଯୋଗେ ଆଜି ସନ୍ଧ୍ୟାରେ ଶବ ଗାଁ କୁ ପହଞ୍ଚିଛି। ଗାଁ କୁ ଶବ ପହଞ୍ଚି ବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଆତ୍ମିୟ ପରିଜନ ଗାଁ ମଶାଣି ରେ ଶେଷ କୃତ୍ୟ କରିଥିଲେ। ଏଣେ ଘର ର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଙ୍କ ବିୟୋଗ ରେ ପରିବାର ବେସାହାରା ହୋଇ ପଡିଛନ୍ତି। ମୃତ ଦାଦନ ଶ୍ରମିକ ଙ୍କ ପରିବାର କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।