MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗାଁ କୁ ଫେରିଲା ଦାଦନ ଶ୍ରମିକ ଶବ, ବେସାହାରା ହେଲେ ପରିବାର।


ମୋ ଟିଭି ଓଡିଶା / କଳାହାଣ୍ଡି : ୦୫/୦୭(ସନତ ପ୍ରଧାନୀ)


ଦାଦନ ମୃତ୍ୟୁ ଯେମିତି କଳାହାଣ୍ଡି ଜିଲ୍ଲା ପାଇଁ ଅଭିଶାପ ପାଲଟିଛି ଗତ କିଛି ମାସ ବ୍ୟବଧାନ ରେ କୋକସରା ବ୍ଲକ କୁ ୩/୪ ଦାଦନ ଶ୍ରମିକଙ୍କ ମୃତ ଦେହ ଭିଟାମାଟିକୁ ଫେରିଥିବା ବେଳେ ଶୁକ୍ରବାର ପୁଣି ଜଣେ ଦାଦନ ର ମୃତଦେହ ଗାଁ କୁ ଫେରିଛି। କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ ପଞ୍ଚାୟତ ତେନ୍ତୁଳିପଡା ର ଧନେଶ୍ୱର ପୋଟାଙ୍କ ପୁଅ ଲୋକନାଥ ପୋଟା (୨୯) ଙ୍କ ବୁଧବାର ବାଙ୍ଗାଲୋର ସହର ବେଳେଣ୍ଡୁର ପୋଲିସ ଷ୍ଟେସନ ଅଞ୍ଚଳରେ ମୃତ୍ୟୁ ହୋଇଥିବା ବେଳେ ସାଥିରେ ଥିବା ଶ୍ରମିକ ଫୋନ ଯୋଗେ ପରିବାର ଲୋକଙ୍କୁ ସୂଚନା ଦେଇଥିବା ବେଳେ ବୁଧବାର ମୃତକ ଲୋକନାଥ ଙ୍କ ସ୍ତ୍ରୀ ପଦ୍ମିନୀ ପୋଟା କୋକସରା ଥାନାରେ ସ୍ଵାମୀଙ୍କ ମର ଶରୀର ଭିଟାମାଟି କୁ ଫେରାଇ ଆଣିବାକୁ ଗୁହାରି କରିଥିଲେ।

କୋକସରା ପୋଲିସ ବେଳେଣ୍ଡୁର ପୋଲିସ ଷ୍ଟେସନ ସହ ଯୋଗାଯୋଗ କରି ଶବ ପଠାଇବାକୁ ଅନୁରୋଧ କରିଥିଲେ। ବେଳେଣ୍ଡୁର ପୋଲିସ ଶବ ବ୍ୟବଚ୍ଛେଦ ପରେ ଠିକାସଂସ୍ଥା ସହାୟତାରେ ବାଙ୍ଗାଲୋରରୁ ଫ୍ଲାଇଟରେ ରାୟପୁର ଓ ରାୟପୁରରୁ ଆମ୍ବୁଲାନ୍ସ ଯୋଗେ ଶବ କୁ ଗାଁ କୁ ପଠାଇଥିବା ବେଳେ ଆଜି ସନ୍ଧ୍ୟାରେ ଶବ ଗାଁ ରେ ପହଞ୍ଚିଛି । ଦାଦନ ଶ୍ରମିକଙ୍କ ଶବ ଗାଁ ମାଟି କୁ ଆସିବା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏକମାତ୍ର ରୋଜଗାରିଆ ସ୍ୱାମୀକୁ ହରାଇ ସ୍ତ୍ରୀ ଓ ୪ ବର୍ଷ ର ନାବାଳିକା ଝିଅ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଗାଁ ଶ୍ମସାନ ରେ ଶେଷକୃତ୍ୟ କରାଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।