ଆଗରପଡ଼ା,ତା୪/୯: ଶୌଚ ହେବାକୁ ଯାଇ କପାଳୀ ନଦୀରେ ଭାସିଯାଇଥିଲେ ଛାତ୍ରୀ । ଏହିଭଳି ଏକ ଦୁଖଃଦ ଘଟଣା ଘଟିଥିଲା ବନ୍ତ ବ୍ଳକ ଗଣିଜାଙ୍ଗ ପଂଚାୟତ ଅନ୍ତର୍ଗତ କନ୍ତିଆ ଗ୍ରାମର ଚଗଲା ଶତପଥୀଙ୍କ ଝିଅ ତଥା କନ୍ତିଆ ସଂସ୍କୃତ କଲେଜ ଶାସ୍ତ୍ରୀ ଶ୍ରେଣୀର ୩ୟ ବର୍ଷର ଛାତ୍ରୀ ମଧୁସ୍ମିତା(୨୧)ଙ୍କ କ୍ଷେତ୍ରରେ । ଗତ ମଙ୍ଗଳବାର ଦିନ ପ୍ରାୟ ୧.୩୦ ସମୟରେ ମଧୁସ୍ମିତା ନିକଟସ୍ଥ କପାଳୀ ନଦୀକୁ ଶୌଚ ପାଇଁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ଘର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ନଦୀ ନିକଟରେ ତାଙ୍କର ଜୋତା ପଡ଼ିଥିବାର ଦେଖି ସେ ନଦୀରେ ଭାସି ଯାଇଥିବାର ଘର ଲୋକ ସନ୍ଦେହ କରି ଆଗରପଡ଼ା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ପାଇପାରିନଥିଲା । ବୁଧବାର ମଧ୍ୟାହ୍ନ ସମୟରେ ମଧୁସ୍ମିତାଙ୍କ ମୃତଦେହ ରୁପୁଡ଼ି ମୁଣ୍ଡାସାହି ନିକଟରେ ଭାସୁଥିବାର ଦେଖି ଗ୍ରାମବାସୀମାନେ ତାକୁ ଉଦ୍ଧାର କରିଥିବା ଜଣାପଡ଼ିଛି ।
ଶୌଚ ବେଳେ ନଦୀରେ ଭାସିଯାଇଥିଲେ ଛାତ୍ରୀ, ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।