MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନିର୍ବାଚନ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ମୃତ ପ୍ରିଜାଇଡିଂ କର୍ମଚାରୀଙ୍କ ଶବ ଗାଁ କୁ ଫେରିଲା।

ମୋଟିଭି ଓଡିଶା : କଳାହାଣ୍ଡି:୧୬/୦୫ : ନୂଆପଡା ଜିଲ୍ଲା ସିନାପାଲି କେନ୍ଦ୍ର ସମବାୟ ବ୍ୟାଙ୍କ ରେ କ୍ୟାସିୟର ଭାବେ କାର୍ଯ୍ୟ କରୁଥିବା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁପାଡ଼ ଗ୍ରାମର ପ୍ରସନ୍ନ କୁମାର ନାଏକଙ୍କ ପ୍ରିଜାଇଡିଂ ଅଧିକାରୀ ଭାବେ ନିଯୁକ୍ତ ରହି ନିର୍ବାଚନ କାର୍ଯ୍ୟ ଶେଷ କରି ବାଇକ ଯୋଗେ ନିଜ କାର୍ଯ୍ୟସ୍ଥଳୀ ସିନାପାଲି କୁ ଫେରୁଥିବା ବେଳେ ମଙ୍ଗଳବାର ଜାତୀୟ ରାଜପଥ ୩୫୩ କୋମନା ଥାନା ତରବୋଡ଼ ଫୁଣ୍ଡେଲ ନାଲା ନିକଟରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । କୋମନା ପୋଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯିବା ସହ ଘଟଣା ର ଜାରି ରହିଛି। ଅନ୍ୟପଟେ ମଙ୍ଗଳବାର ରାତିରେ ମୃତ କର୍ମଚାରୀଙ୍କ ଶବ ନିଜ ପୈତୃକ ଗ୍ରାମ ସୁପାଡ଼ରେ ପହଞ୍ଚିବା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବୁଧବାର ସକାଳେ ଗାଁ ମଶାଣିରେ ଶେଷ କୃତ୍ୟ କରାଯାଇଛି। କର୍ମଚାରୀଙ୍କ ଦୁର୍ଘଟଣା ମୃତ୍ୟୁକୁ ନେଇ କଳାହାଣ୍ଡି, ନୂଆପଡା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଗିରିଶ ଚନ୍ଦ୍ର ବେହେରା ଓ ବ୍ୟାଙ୍କ ଅଧିକାରୀ, କର୍ମଚାରୀ ମାନେ ଶୋକ ବ୍ୟକ୍ତ କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।