ବାଲେଶ୍ଵର ଜିଲ୍ଲା ଖଇରା ଅବକାରୀ ବିଭାଗର ବୋଲେରୋ ଓଲଟି ଡ୍ରାଇଭର ସମେତ ଏଏସ ଆଇ ଗୁରୁତର ।

ବୋଲେରୋ ଟି ସୋର -କୁପାରୀ ରାସ୍ତାର ଖଇରା ଅବକାରୀ ଅଫିସ କୁ ଆସୁଥିବା ବେଳେ ପିତାପାଣିଆ ଠାରେ ଭାରସାମ୍ୟ ହରାଇ ନୟନଯୋରୀ ଓଲଟିପଡିଥିବାର ସୁଚନା ମିଳିଛି । ଗାଡ଼ି ଟି ଓଲଟିପଡିବା ସମୟରେ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ଡ୍ରାଇଭର ସମେତ ଏଏସଆଇ ଦୁର୍ଯୋଧନ ଵେହେରା ,କନେଷ୍ଟବଳ ଦେବାଶିଷ ମଲ୍ଲିକ ଙ୍କୁ ଉଦ୍ଧାର କରି ଖଇରା ମେଡ଼ିକାଲକୁ ଆଣିଥିଲେ ।

ସେଠାରେ ଡ୍ରାଇଭର ଓ ଏଏସଆଇ ଙ୍କ ଅଵସ୍ଥା ଗୁରୁତର ଥିବାରୁ ଭଦ୍ରକ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି । ଵୋଲେରୋ ଟି ସୋର କୋର୍ଟରୁ ଆସାମୀ ଛାଡି ଫେରୁଥିବା ବେଳେ ଦୁର୍ଘ୍ରଟଣା ଘଟିଛି । ଖଵର ପାଇ ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ସୁରଜ କୁମାର ଟିଗା ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ମୋ ଟିଭି ଓଡିଶା, ସୋର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।