February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବୁଲିଲା ବୁଲଡୋଜର

ସରକାରୀ ଜମିରେ ଜବରଦଖଲ ଉଚ୍ଛେଦ କାଯ୍ୟ ଆରମ୍ଭ ଦାରିଙ୍ଗବାଡି ସହ ବସଷ୍ଟାଣ୍ଡ ଅଞ୍ଚଳ ସମେତ ଜନଜାତି ହାଟରେ ବୁଲିଲା ବୁଲଡୋଜର

ମୋଟିଭି ଓଡ଼ିଶା,ଦାରିଙ୍ଗବାଡ଼ି:(ସୁଶାନ୍ତ କୁମାର ସାହୁ):

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ସ୍ତ୍ରାନୀୟ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବଜାର ଓ ଜାତୀୟ ରାଜପଥ ସମେତ ବୁକ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥୂବା ବେଳେ ଗାଡ଼ି ମୋଟର ଯାତାୟତରେ ବାଧା ସୃଷ୍ଟି ହେଉ ଥୁଲା । ଏହାର ମୁଖ୍ୟ କାରଣ ସ୍ଥାନୀୟ ପ୍ରଶାସନ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଉଠାଦୋକାନୀମାନଙ୍କ ଥଇଥାନ ପାଇଁ କୌଣସି ସ୍ତ୍ରାୟୀ ବ୍ୟବସ୍ତା କରାଯାଇ ନଥୁଲା । ଏବେ ଏହାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ଅଣ୍ଟା ଭିଡ଼ିଥୁବା ଦେଖୁବାକୁ ମିଳିଛି। ମିଳିତ ଭାବେ ଦାରିଙ୍ଗବାଡ଼ି ଜନଜାତି ହାଟ ଅଞ୍ଚଳରେ ରହିଥିବା ଜବରଦଖଲକୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରକାଶ ଯେ ଗତ ୨୦୧୫ ମସିହାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭେଣ୍ତିଂ ଜୋନ୍‌ କରାଯାଇ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ପ୍ରୟାସ କରାଯାଇଥୁଲେ ସୁଦ୍ଧା ତାହା ସଫଳ ହୋଇ ନ ଥୁଲା । ଗ୍ରାହକମାନେ ସେଠାକୁ ନ ଗଲେ ଆଶାଳୁରୂପ ବ୍ୟବସାୟ୍‌ ହେବ ନାହିଁ ବୋଲି ଆଶଙ୍କା କରି ଉଠା ଦୋକାନୀମାନେ ଭେଣ୍ରିଂ ଜୋନ୍‌କୁ କେହି ଗଲେନାହିଁ । ଫଳରେ ବର୍ଷ ବର୍ଷ ଧରି ଉକ୍ତ ଭେଣ୍ତିଂଜୋନ୍‌ କୌଣସି କାର୍ଯ୍ୟରେ ଆସିଲା ନାହିଁ ବରଂ ଲକ୍ଷାଧୂକ ଟଙ୍କା ବିନିମୟରେ ହୋଇଥୁବା ହାଟ ପିଣ୍ତି ଓ ଭେଣ୍ତିଂ ଜୋନ ପରିଚ୍ଯକ୍ତ ଅବସ୍ତ୍ରାରେ ପଡ଼ିରହିଥୂଲା । ଏହାର ଫାଇଦା ନେଇ ଉକ୍ତ ସରକାରୀ ଜମିରେ ଅନେକେ ଜବରଦଖଲ କରି ରଖୁଛନ୍ତି ।

ଯାହାରି ଫଳରେ ଜାତୀୟ ରାଜପଥଠାରୁ ବୁକ ରାସ୍ତାରେ ସବୁବେଳେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି । ଅନ୍ୟ ପକ୍ଷରେ ସେହି ରାସ୍ତା ଜାତୀୟ ରାଜପଥରୁ ପର୍ତ୍ରମାହା ପଞ୍ଚାୟତକୁ ସଂଯୋଗ କରୁଛି । ଉକ୍ତ ରାସ୍ତାଟି ପୂର୍ବରୁ ଗ୍ରାମ୍ୟ ଉନ୍ୟନ ବିଭାଗ ଅଧୀନ ରେ ରହିଥିଲା ବର୍ତ୍ତମାନ ଉକ୍ତୁ ରାସ୍ତ୍ରା ପ୍ରଶସ୍ତ କରାଯିବ ଏବଂ ଏହାର ସମ୍ପ୍ରସାରଣ କାର୍ଯ୍ୟ ପୂର୍ତ ବିଭାଗ କରିବ । ତେଣୁ ଖୁବ୍‌ଶୀଘ୍ର ଉକ୍କ ରାସ୍ତାରେ ମଧ୍ଯରେ ଥୁବା ଜବରଦଖଲ ଉଚ୍ଛେଦ କରାଯିବ ବୋଲି ବିଡ଼ିଓ ଗଦାଧର ପାତ୍ର କହିଛନ୍ତି । ଦାରିଙ୍ଗବାଡ଼ି ଅଞ୍ଚଳରେ ଅଟକି ରହିଥିବା ବିକାଶମୂଳକ କାର୍ଯ୍ୟ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ସେଥିପାଇଁ ସରକାରୀ ଜମିରେ ଜବରଦଖଲ ଉଜ୍ଞଛେଦ କରାଯିବା ସହ ବସ୍‌ଷ୍ଣାଣ୍ତ ଅଞ୍ଚଳ ସମେତ ଜନଜାତି ହାଟ ବୁକ ରୋଡର କାର୍ଯ୍ୟକୁ ତୃରାନ୍ଧିତ କରାଯିବ ବୋଲି ବିଡ଼ିଓ ଶ୍ରୀ ପାତ୍ର କହିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।