MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍‌।

ଓଡ଼ିଶାରୁ ବିଭିନ୍ନ ତୀର୍ଥ ସ୍ଥାନକୁ ବସ୍ ଗଡ଼ିବା ନେଇ ପରିବହନ ମନ୍ତ୍ରୀଙ୍କ ସୂଚନା ।ମହାକୁମ୍ଭମେଳା ପାଇଁ ଏବେ ୪ଟି ଜାଗାରୁ ବସ୍ ଗଡ଼ିବ’ ‘ଭୁବନେଶ୍ବର, ବ୍ରହ୍ମପୁର, ଭବାନୀପାଟଣା, ସମ୍ବଲପୁରରୁ ଗଡ଼ିବ ବସ୍’ ।’ଏହାବାଦ୍ ଅନ୍ୟ ତୀର୍ଥସ୍ଥାନକୁ ବି ବସ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି’ । ଜାନୁଆରୀ ୧୩ରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା। ଏହି ମେଳାରେ କୋଟି କୋଟି ଶ୍ରଦ୍ଧାଳୁ ଯୋଗଦେଇ ଗଙ୍ଗାରେ ବୁଡ଼ ପକାଇବେ। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ଏଥିରେ ସାମିଲ୍‌ ହେବା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ୍‌। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ପକ୍ଷରୁ ହାଇ-ଏଣ୍ଡ ପ୍ରିମିୟମ୍‌ ବସ୍‌ ସେବା ଆରମ୍ଭ ହେବ।ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଏହି ବସ୍‌ଗୁଡ଼ିକ ଯିବ। ସ୍ୱତନ୍ତ୍ର ବସ୍ ସେବା ଆସନ୍ତା ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ। ଓଏସ୍‌ଆରଟିସି ୱେବ୍‌ସାଇଟ୍‌, ମୋବାଇଲ୍‌ ଆପ୍‌ରେ ଟିକଟ ବୁକିଂ କରିହେବ ବୋଲି ଓଏସ୍‌ଆରଟିସି ପକ୍ଷରୁ କୁହାଯାଇଛି।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।