ଦୀର୍ଘଦିନ ର ବ୍ୟବସାୟୀ ଓ ପ୍ରଶାସନ ଛକାପଞ୍ଝା ପରେ ଆଜି ସକାଳୁ କ୍ୟାବିନ ବ୍ୟବସାୟୀ ଙ୍କ ଉଚ୍ଛେଦ ଆରମ୍ଭ କରିଛି ପ୍ରଶାସନ। ୧୬୬ଦୋକାନୀ ଙ୍କୁ ଉଚ୍ଛେଦ କରିବାକୁ ଥିବା ବେଳେ ସେମାନଙ୍କ ମଧ୍ୟ ରୁ କିଛି ବ୍ୟବସାୟୀ ହାଇକୋର୍ଟ ରୁ ରହିତାଦେଶ ଆଣିଛନ୍ତି। ସେମାନଙ୍କୁ ବାଦ ଦେଇ ଅନ୍ୟ କ୍ୟାବିନ ଗୁଡ଼ିକୁ ଉଚ୍ଛେଦ କରୁଛି ପ୍ରଶାସନ। ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଖୋର୍ଦ୍ଧା ର ଉପଜିଲ୍ଲାପାଳ,ତହସିଲଦାର ଓ 4ପୌରପରିଷଦ ର କାର୍ଯ୍ୟନିର୍ବାହୀ ଙ୍କ ଉପସ୍ଥିତି ରେ ମାରୱାଡ଼ି ପଟି ଠାରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।ଏଠାରେ ସୂଚନାଯୋଗ୍ୟ ଗତ ଡିସେମ୍ବର ୧୦ତାରିଖ ରେ କ୍ୟାବିନ ବ୍ୟବସାୟୀ ଙ୍କୁ ଉଚ୍ଛେଦ କରିବାକୁ ପ୍ରଶାସନ ପ୍ରସ୍ତୁତି କରୁଥିବା ବେଳେ ବ୍ୟବସାୟୀ ମହସଂଘ ଏହାକୁ ଜୋରଦାର ବିରୋଧ କରିଥିଲା। ଏହାପରେ ପ୍ରଶାସନ ଓ ବ୍ୟବସାୟୀ ମାନଙ୍କ ମଧ୍ୟ ରେ ଆଲୋଚନା ହୋଇ ଉଚ୍ଛେଦ ପ୍ରକ୍ରିୟା ୫ଦିନ ପାଇଁ ସ୍ତଗିତ ରଖାଯାଇଥିଲା।ଉଠାଦୋକାନୀ ମାନଙ୍କୁ ଥ ଇଥାନ କରାଯିବବୋଲି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ।
ମୋ ଟିଭି ଓଡିଶା, ଖୋର୍ଦ୍ଧା
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।