ମୋଟିଭି ଓଡିଶା : ଆସନ୍ତା ୨୫ ତାରିଖ ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଓଡ଼ିଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ | ଏଥିପାଇଁ ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର। ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ। ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଥିବା ବେଳେ ଆଜି (ଗୁରୁବାର) ସନ୍ଧ୍ୟା ୫ଟାରେ ପ୍ରଚାର ସରିବ। ଏହି ପର୍ଯ୍ୟାୟରେ ପୁରୀ, ଭୁବନେଶ୍ବର, କଟକ, କେନ୍ଦୁଝର, ସମ୍ବଲପୁର ଏବଂ ଢେଙ୍କାନାଳ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଗ୍ରହଣ କରାଯିବ। ମତଦାନ ନିମନ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ସମ୍ପୃକ୍ତ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ହୋଇଛି। ଆଜିଠାରୁ ବୁଥ ଅଭିମୁଖେ ପୋଲିଂ କର୍ମଚାରୀ ନିର୍ବାଚନ ସାମଗ୍ରୀ ଧରି ବାହାରିବେ ବୋଲି ଜଣାପଡିଛି।
ଆଜି (ଗୁରୁବାର) ସନ୍ଧ୍ୟା ୫ଟାରେ ପ୍ରଚାର ସରିବ।

More Stories
ଆଜି ସୁନା ଦରରେ ରେକର୍ଡ ହ୍ରାସ
ବାତ୍ୟା ଆଲର୍ଟ: କଳାବଜାରୀ ରୋକିବାକୁ ଯୋଗାଣ ବିଭାଗର ଚଢ଼ାଉ ଆରମ୍ଭ
ଓଡ଼ିଶାରେ କେମିତି ରହିବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବ ?