MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଳମ୍ବିତ ରାତିରେ ଜଳିଗଲା କାର୍, କାରଣ ଅସ୍ପଷ୍ଟ


ବାଲିଗୁଡ଼ା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

ବିଳମ୍ବିତ ରାତିରେ ଜଳି ପାଉଁଶ ହୋଇଗଲା ଓ୍ଗାଗନର କାର୍ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପିପଳ ସାହିରେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ତେବେ କାର୍ ଟି କେଉଁ କାରଣରୁ ଜଳିଗଲା ତାହା ଏଯାଏଁ ସ୍ପଷ୍ଟ ଜଣାପଡ଼ିନାହିଁ । ସୂଚନା ପ୍ରକାରେ ସବୁଦିନ ଭଳି ସମିର ବଳିଆରସିଂ ନିଜ ଘର ଆଗରେ ନିଜ ଓ୍ବାଗନର କାର୍ (OD-02-CQ-2353) ରଖି ଘରେ ଶୋଇଥିଲା । ବିଳମ୍ବିତ ରାତିରେ ପରିବାର ଲୋକେ ବାହାରକୁ ବାହାରିଥିବା ବେଳେ ତାଙ୍କ କାର୍ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ ।

ଏହାପରେ ଅଗ୍ନିଶମ ବାହିନୀକୁ ଜଣାଇଥିଲେ ସମିର ବଳିଆରସିଂ । ଖବରପାଇ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ । ନିଆଁ ଧାସରେ ପଡୋଶୀ ଘରର ଇଲେକ୍ଟ୍ରି ତାର ଜଳିଯାଇ ବିଦ୍ୟୁତ୍ ସଂଯୋଗ ଘଟିଯାଇଥିବା ବେଳେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ପଡ଼ୋଶୀ । ସେପଟେ ଛ ମାସ ହେବ ଏହି କାର୍ ଟି ମୁଁ କିଣିଥିଲି । ପାଖ ପଡ଼ୋଶୀଙ୍କ ସମେତ ଅଞ୍ଚଳର ସମସ୍ତଙ୍କ ସହ ମୋର ଭଲ ସମ୍ପର୍କ ଅଛି ଏବଂ ମୋର କାହା ସହ ଶତ୍ରୁତା ନାହଁ । ହେଲେ ମୋ ଗାଡ଼ିରେ କେମିତି ନିଆଁ ଲାଗିଲା ମୁଁ ସେକଥା ଜାଣିନାହିଁ ବୋଲି କହିଛନ୍ତି କାର୍ ମାଲିକ ସମିର ବଳିଆରସିଂ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।