ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):
ମଙ୍ଗଳବାର ମଧ୍ୟାହ୍ନ ରେ ଦ୍ରୁତ ଗତିରେ ଆସି ଦୁଇ ଜଣଙ୍କୁ ଧକ୍କା ଦେବାପରେ ରାସ୍ତା କଡ଼ରେ ଥିବା ପରିବା ଦୋଦାନ ଓ ଚାହା ଦୋକାନ ଉପରେ ଚଢ଼ିଗଲା ଓ୍ବାଗନର କାର୍ ନଂ.ଓଡି-୧୨-ଇ-୫୬୦୪ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ୫୯ ନଂ ଜାତୀୟ ରାଜପଥ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଛକରେ । ଏହି ଦୁର୍ଘଟଣାରେ ରାସ୍ତାରେ ଯାଉଥିବା ବେଳେ ଧକ୍କା ଖାଇଥିବା ଜଣେ ଯୁବତୀ ଆହତ ହୋଇଥିବା ବେଳେ ଚାହା ଓ ପରିବା ଦୋକାନୀ ମହିଳା ସମେତ ୪ ଜଣ ଆହତ ହୋଇ ବାଲିଗୁଡା ଉପଖଣ୍ଡ ଚିକିତ୍ସା ଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ସେପଟେ ଦୁର୍ଘଟଣାରେ ଠେଲା ଗାଡି ଚାହା ଦୋକାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ପରିବା ବ୍ୟବସାୟୀଙ୍କ ସମସ୍ତ ପରିବା ମଧ୍ୟ ନଷ୍ଟ ହୋଇ ଯାଇ ଥିବା ଜଣାପଡ଼ିଛି । ଚାଳକ ଜଣକ ପକାରୀ ଚର୍ଚ୍ଚ ରେ ଫାଦର ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି । ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବେପରୁଆ ଗାଡ଼ି ଚାଳକ ଓ ଗାଡିକୁ ଥାନାରେ ଅକଟ ରଖି ତଦନ୍ତ ଜାରି ରଖିଛି ବାଲିଗୁଡ଼ା ପୋଲିସ୍ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।