ସିବିଆଇ ହାତରେ ଲାଗିଲା ବଡ଼ ପ୍ରମାଣ, ଏବେ ସାମ୍ନାକୁ ଆସିବ କୋଲକାତା ବଳାତ୍କାର-ହତ୍ୟାକାଣ୍ଡର ସତ!
ମୋ ଟିଭି ଓଡିଶା / କୋଲକାତା : କୋଲକାତା ଆର୍ଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲାରେ ସିବିଆଇ ନିଜର ଷ୍ଟାଟସ୍ ରିପୋର୍ଟ କୋର୍ଟରେ ଉପସ୍ଥାପନ କରିସାରିଛି। ହେଲେ ଏହି ଷ୍ଟାଟସ୍ ରିପୋର୍ଟରେ କ’ଣ ଅଛି, ତାହା କେହି ଜାଣିନାହାନ୍ତି। ଏଥିସହ କୋର୍ଟରେ ଶୁଣାଣି କରୁଥିବା ଓକିଲ ମଧ୍ୟ ଏହି ବିଷୟରେ କିଛି ଜାଣିନାହାନ୍ତି। କାରଣ ମାମଲାକୁ ନେଇ ଏବେ ଠୋସ ପ୍ରମାଣ ସିବିଆଇ ହାତରେ ଲାଗିନି, ଆଉ ତଦନ୍ତ ଜାରି ରହିଛି। ତେଣୁ ଷ୍ଟାଟସ୍ ରିପୋର୍ଟ ଖୁଲାସା ହେଲେ ଯାଞ୍ଚ ଉପରେ ପ୍ରଭାବ ପକାଇପାରେ। ତେବେ ୧୦ଦିନର ଯାଞ୍ଚରେ ସିବିଆଇ କିଛି ପ୍ରମାଣ ପାଇଛି।
ସିବିଆଇ ସୂତ୍ରରୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନାନୁଯାୟୀ, ଟ୍ରେନି ଡାକ୍ତରଙ୍କ ସହ ଗଣବଳାତ୍କାର ହୋଇନଥିଲା। ବରଂ ଏହା ବଳାତ୍କାର ଥିଲା। ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା କରିଥିବା ଅଭିଯୁକ୍ତ କେବଳ ସଞ୍ଜୟ ରୟ ବୋଲି କୁହାଯାଇଛି। ବର୍ତ୍ତମାନ ସଞ୍ଜୟ ରୟଙ୍କୁ ଗିରଫ କରାଯାଇଛି। ଆଉ ଏବେ ସେ ସିବିଆଇ ହେପାଜତରେ ଅଛନ୍ତି।
ଅନ୍ୟପଟେ ଅଗଷ୍ଟ ୯ ତାରିଖ ରାତିର ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଅଭିଯୁକ୍ତ ସଞ୍ଜୟ ରୟ ହସ୍ପିଟାଲର ଚତୁର୍ଥ ମହଲାରେ ଚେଷ୍ଟ ବିଭାଗର ସେମିନାର ହଲକୁ ଯାଉଥିବାର ନଜର ଆସିଛନ୍ତି। ସିସିଟିଭି ଫୁଟେଜ୍ ଅନୁଯାୟୀ, ସଞ୍ଜୟ ଭୋର ୪.୦୩ରେ କରିଡର ଦେଇ କ୍ରାଇମସିନରେ ପହଞ୍ଚିଛନ୍ତି ଏବଂ ପ୍ରାୟ ୪.୩୨ ସମୟରେ ସେଠାରୁ ବାହାରକୁ ଆସିଛନ୍ତି। କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ସେ ୪୦ମିନିଟ ଧରି ସେମିନାର ହଲରେ ଥିଲେ। ଯେତେବେଳେ ସେ ବାହାରକୁ ଆସିଥିଲେ, ସେତେବେଳେ ସେ ନର୍ଭସ ଦେଖାଯାଉଥିଲେ। ତା’ପରେ ସେ ପୁଣିଥରେ ସେମିନାର ହଲକୁ ଯାଇଥିଲେ ଆଉ ଯେତେବେଳେ ସେ ବାହାରକୁ ଆସିଲେ, ତାଙ୍କ ବେକରୁ ‘ହେଡଫୋନ’ ନ ଥିଲା। ପୋଲିସ କହିଛି ଯେ ଡାକ୍ତରଙ୍କ ମୃତଦେହ ନିକଟରୁ ହେଡଫୋନ ଉଦ୍ଧାର କରାଯାଇଛି, ଯାହାଫଳରେ ସଞ୍ଜୟ ରୟଙ୍କୁ ଗିରଫ କରାଯାଇଥିଲା।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।