February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଖୋଲୁଛି ଠକ ଯୋଡ଼ି ବଣ୍ଟି-ବବଲିଙ୍କ ଗୁମର ।

୩ଶହ କୋଟିର ଠକେଇ ପାଇଁ ହୋଇଥିଲା ହଂସିତାର ମାଷ୍ଟର ପ୍ଲାନ । ସଂସ୍ଥାରୁ ଅଗ୍ରିମ ୧୦ ପ୍ରତିଶତ ବାବଦକୁ ଆସିଥିଲା ୩୦ କୋଟି ଟଙ୍କା । ବୋକାରୋ ଇଣ୍ଡଷ୍ଟ୍ରିରୁ ଲୋକଙ୍କ ଘର ଖାଲି କରିବାକୁ ହୋଇଥିଲା ଏହି ଡ଼ିଲ୍ । ଗୋଟିଏ ଘର ପାଇଁ କୋଟିଏ ଟଙ୍କା ନେବାକୁ ହୋଇଥିଲା ଡ଼ିଲ୍ । ୨୦୨୦ ଡିସେମ୍ବରରୁ ଡ଼ିଲ ଆଉ ୨୦୨୩ ଜାନୁଆରୀରୁ ହୋଇଥିଲା ଟଙ୍କା ଆସିବା । ୪ ଜଣକ ଆକାଉଣ୍ଟକୁ ଆସିଥିଲା ୩୦ କୋଟି । ସବୁ ଟଙ୍କାରେ ଘର ଓ ଗାଡ଼ି କିଣିଥିଲେ । ଦକ୍ଷିଣର ଏକ ବଡ଼ କଲେଜରେ ଇଞ୍ଜିନିୟରିଂ ପଢାଇବାକୁ ଯାଇ ବୋକାରୋ ସଂସ୍ଥାର ଜଣେ କର୍ମଚାରୀଙ୍କ ପୁଅ ପାଠପଢା ବାବଦକୁ ୫୦ ଲକ୍ଷ ଟଙ୍କା ଦେଇଥିଲେ ଅନିଲ । ଯାହା ଆକାଉଣ୍ଟରୁ କାରବାର ହୋଇଥିଲା ।

ତେବେ ମିଳିଥିବା ୩୦ କୋଟିର ଅଧା ମାଗିଥିଲେ ବୋକାରୋ ସଂସ୍ଥାର ସେହି କର୍ମଚାରୀ । ଆଉ ୧୫ କୋଟି ଟଙ୍କା କମିଶନ ବାବଦକୁ ବି ନେଇଥିଲେ । ଏହି ପୁରା ଘଟଣାର ମାଷ୍ଟର ମାଇଣ୍ଡ ସାଜିଥିବା ହଂସିତା ଏସବୁ ପ୍ଲାନ କରିଥିଲା । ସେଥିପାଇଁ ଝାଡ଼ଖଣ୍ଡରେ ଏକ ଅଫିସ ଓ ଘର ମଧ୍ୟ ନେଇଥିଲେ । ଉକ୍ତ ଅଫିସର ଖୋଳତାଡ଼ ପାଇଁ ଝାଡ଼ଖଣ୍ଡ ଯାଇଥିଲା ଇନକମ ଟ୍ୟାକ୍ସ ଟିମ । ତେବେ ସବୁଠୁ ବଡ଼କଥା ହେଉଛି, ଏହି ଟଙ୍କା ସବୁ କିଛି ରାଜନେତାଙ୍କ ପାଖକୁ ଯାଇଥିବା ସୁରାକ ପାଇଛି ଆଇଟି ଟିମ । ସରୋଜ ସାହୁଙ୍କ ଫୋନର ଖୋଳତାଡ଼ ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି । ଏକାଧିକ ରାଜନେତାଙ୍କ ଆକାଉଣ୍ଟକୁ ଏହି ଟଙ୍କା କ୍ୟାସରେ ଦେବା ପାଇଁ ଚାଟିଙ୍ଗ ମଧ୍ୟ ହୋଇଛି । କମିଶନରେଟ ପୁଲିସ ସିଜ କରିଥିବା ହଂସୀତା ଓ ଅନିଲଙ୍କ ଫୋନର ଯାଞ୍ଚ ପାଇଁ ଅପେକ୍ଷା କରିଛି ଆଇଟି ଟିମ ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।