୫ଟି ଡବଲ ଡେକର, ୧୦ଟି ହପ୍ ଅନ୍ ହପ୍ ଅଫ୍ ବସ୍ ଏଥିସହ ୨୫ଟି ଶ୍ରୀମନ୍ଦିର ପ୍ରଶାସନ ବସ୍ର ଶୁଭାରମ୍ଭ। ଏହି ବସ୍ ସର୍ବ ଭାରତରେ ପ୍ରଥମ ବୋଲି ଜଣାଯାଇଛି। ଥରେ ବିଦ୍ୟୁତ୍ ସଂଯୋଗ କଲେ ଏହା ପ୍ରାୟ ୨୫୦ରୁ ୩ଶହ କିମି ପର୍ଯ୍ୟନ୍ତ ଯାଇ ପାରିବ । ବସ୍ଟି ୫୫ ସିଟ୍ ବିଶିଷ୍ଟ ହୋଇଥିବା ବେଳେ ଏହାର ବେଗ ୪୫ କିମି ରହିଛି। ଏହା ଶୀତତାପ ନିୟନ୍ତ୍ରୀତ ବସ୍ ହୋଇଥିବା ବେଳେ ତାହା ସବୁବେଳେ ସିସିଟିଭି ନଜରରେ ରହିବ । ଏଥିସହ ଏହାର ସିଟ୍କୁ ବି ଯାତ୍ରୀଙ୍କ ନିମନ୍ତେ ଆରାମଦାୟକ କରାଯାଇଛି। ପ୍ରଥମେ ପ୍ରବାସୀଙ୍କୁ ବୁଲାଇବ ପରେ ଏହି ବସ୍ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀରେ ଚାଲିବ । ଡବଲ ଡେକର ବସ୍ରେ ଓଡ଼ିଆ କଳା ସଂସ୍କୃତିର ଚିହ୍ନ ରହିଛି । ସାମ୍ନା ପଟରେ ରହିଛି କୋଣାର୍କ ଚକ ଚିହ୍ନ । ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ ଓ କଟକ ବାଲିଯାତ୍ରାର ଛବି ବି ଏହି ବସ୍ରେ ରହିଛି । ଫଳରେ ଅତ୍ୟାଧୁନିକ ସେବାରେ ପରିପୂର୍ଣ୍ଣ ଏହି ବସ୍ ଓଡ଼ିଶାର କଳା ସଂସ୍କୃତିକୁ ବି ବହନ କରିଛି।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।