January 22, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଓଡ଼ିଶା ବାସ୍ତବରେ ରତ୍ନଗର୍ଭା କହିଲେ ମୁଖ୍ୟମନ୍ତ୍ରୀ ।

କୋଣାର୍କରେ ଖଣି ମନ୍ତ୍ରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ । ଓଡ଼ିଶା ଖଣିଜ ସମ୍ପଦରେ ଭରପୂର ରାଜ୍ୟ । କେବଳ କେନ୍ଦୁଝର ନୁହେଁ, ରାଜ୍ୟର ପ୍ରତ୍ୟେକ କୋଣରେ ରହିଛି ଖଣିଜ ସମ୍ପଦ । ତେଣୁ ଓଡ଼ିଶା ବାସ୍ତବରେ ରତ୍ନଗର୍ଭା ବୋଲି କହିଛନ୍ତି ମୋହନ ମାଝୀ । ଦେଶର ବିକାଶରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଏବ ଓଡ଼ିଶା ମାଟିରେ ଲିଥିୟମ ଥିବା ସଙ୍କେତ ମିଳିଛି । ଇ-ବ୍ୟାଟେରୀ ଶିଳ୍ପ ପାଇଁ ଏହା ଭଲ ଖବର । ୨ ଦିନ ଧରି କୋଣାର୍କ ଇକୋ ରିଟ୍ରିଟ୍‌ରେ ଚାଲିବ ସମ୍ମିଳନୀ।

ସମ୍ମିଳନୀରେ ୧୬ରୁ ଅଧିକ ରାଜ୍ୟର ଖଣିମନ୍ତ୍ରୀ ସାମିଲ ହୋଇଛନ୍ତି। ଦେଶବ୍ୟାପୀ ଦକ୍ଷ, ନିରାପଦ ଏବଂ ପରିବେଶ ଅନୁକୂଳ ଖଣି କାର୍ୟ୍ୟ ସୁନିଶ୍ଚିତ କରିବା ପାଇଁ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏହି ସମ୍ମିଳନୀରେ ଖଣିମନ୍ତ୍ରୀ ଜି. କିଷନ ରେଡ୍ଡୀ ଓ ରାଜ୍ୟ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗ ଦେଇଛନ୍ତି। ଏଥିସହିତ ଜମ୍ମୁ-କଶ୍ମୀରର ଉପମୁଖ୍ୟମନ୍ତ୍ରୀ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ରହିଛନ୍ତି।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news