ଆଜିଠୁ ୫ ଦିନିଆ ବାହାର ରାଜ୍ୟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀ ଓ ରାଜସ୍ଥାନ ଗସ୍ତ କରିବେ ମୋହନ ମାଝୀ । ଆଜିଠୁ ୨୧ ତାରିଖ ଯାଏଁ ରାଜସ୍ଥାନରେ ରହିବେ । ରାଜସ୍ଥାନରେ ପ୍ରାକ ବଜେଟ ପ୍ରସ୍ତୁତି ଆଲୋଚନାରେ ଭାଗ ନେବେ । ଏହା ପରେ ଦିଲ୍ଲୀ ଗସ୍ତ କରିବେ । ୨୧, ୨୨ ଓ ୨୩ ତାରିଖ ଦିଲ୍ଲୀରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଗସ୍ତ ସମୟରେ ଦିଲ୍ଲୀରେ ଆୟୋଜିତ ୫୫ତମ ଜିଏସଟି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏହାସହ କିଛି କେନ୍ଦ୍ରମନ୍ତ୍ରୀ ଏବଂ ଶୀର୍ଷ ନେତୃତ୍ୱଙ୍କୁ ଭେଟି ପାରନ୍ତି । ୨୩ ତାରିଖ ଦିନ ସେ ଦିଲ୍ଲୀରୁ ଭୁବନେଶ୍ୱର ଫେରିବା ନେଇ କାର୍ଯ୍ୟକ୍ରମ ରହିଛି ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍ୟ ଅଗ୍ରଗତି ଜାରି ରହିଛି |
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ