February 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ,

ମୋ ଟିଭି ଓଡିଶା / କେନ୍ଦୁଝର :

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆସନ୍ତାକାଲି (ରବିବାର) ପ୍ରଥମ ଥରପାଇଁ ନିଜ ଜିଲ୍ଲା କେନ୍ଦୁଝର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲାବାସୀ ଉତ୍ସାହିତ ଥିବାବେଳେ ତାଙ୍କୁ ସ୍ବାଗତ କରିବା ପାଇଁ ଜନ୍ମମାଟିରେ ବ୍ୟପକ ବ୍ୟବସ୍ଥା କରାଯାଉଛି ।

କାର୍ଯ୍ୟସୂଚୀ ଅନୁସାରେ, ଆଜି ୨୩ ତାରିଖ (ରବିବାର) ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ସକାଳ ୯ଟା ୪୫ ମିନିଟ୍‌ରେ ବାହାରିବେ । ଘଟଗାଁ ହାଇସ୍କୁଲ ଖେଳ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡରେ ପୂର୍ବାହ୍ନ ୧୦ଟା ୨୫ରେ ପହଞ୍ଚିବେ । ସେଠାରୁ ସେ ମା’ ତାରିଣୀଙ୍କ ଦର୍ଶନ ପାଇଁ ଏକ ରୋଡ ସୋ’ କରି ପୂର୍ବାହ୍ନ ୧୧ଟା ସମୟରେ ଘଟଗାଁ ମନ୍ଦିର ଯିବେ । ସେଠାରେ ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମା’ଙ୍କ ଦର୍ଶନ କରିବେ । ସେଠାରୁ ଅସ୍ଥାୟୀ ହେଲିପ୍ୟାଡକୁ ଅପରାହ୍ନ ୧୨ଟା ୪୦ରେ ପ୍ରତ୍ୟାବର୍ତ୍ତନ କରିବା ପରେ ୧୨ଟା ୪୫ ମିନିଟ୍‌ରେ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ରିଜର୍ଭ ପୁଲିସ ପଡ଼ିଆରେ ଅପରାହ୍ନ ୧ଟା ୫ ମିନିଟ୍‌ରେ ପହଞ୍ଚିବେ ।

ସେଠାରୁ କାରରେ ସର୍କିଟ ହାଉସ ଆସି ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେଠାରୁ କାର ଯୋଗେ ଅପରାହ୍ନ ୩ଟା ୧୦ ମିନିଟ୍‌ରେ ବଳଦେବଜୀଉ ମନ୍ଦିରରେ ପହଞ୍ଚି ଶ୍ରୀଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରିବେ । ଏହାପରେ ମୁଖ୍ୟମନ୍ତ୍ରୀ ଏକ ରୋଡ ସୋ’ରେ ବଳଦେବଜୀଉ ମନ୍ଦିର ଆଟୋପୁର, ଚର୍ଚ୍ଚ ଛକ, ଜେଲ ରୋଡ, ଗାନ୍ଧୀ ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଲାବଣ୍ୟ ଛକ, ନୂଆ କୋର୍ଟ ଓ ଟେଲିଫୋନ ଏକ୍ସଚେଞ୍ଜ ଦେଇ ଅପରାହ୍ନ ୫ଟା ୧୦ ମିନିଟ୍ ସମୟରେ କେନ୍ଦୁଝର ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇ ସେଠାରେ ନାଗରିକ ସମ୍ବଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ । ପରେ କେନ୍ଦୁଝର ସର୍କିଟ ହାଉସଠାରେ ମୁଖ୍ୟମନ୍ତ୍ରୀ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ୨୪ ତାରିଖ ସକାଳେ କେନ୍ଦୁଝର ରିଜର୍ଭ ପୁଲିସ ପଡ଼ିଆରୁ ପୂର୍ବାହ୍ନ ୧୦ଟା ୩୫ ମିନିଟ୍‌ରେ ହେଲିକପ୍ଟର ଯୋଗେ ବାହାରି ନିଜ ଗାଁ ରାଇକଳା ଅସ୍ଥାୟୀ ହେଲିପ୍ୟାଡରେ ପୂର୍ବାହ୍ନ ୧୦ଟା ୫୫ ମିନିଟ୍‌ରେ ପହଞ୍ଚିବେ । ସେଠାରୁ ଏକ ରୋଡ ଶୋ’ରେ ମୁଖ୍ୟମନ୍ତ୍ରୀ ଝୁମ୍ପୁରା ଦୁର୍ଗାପଡ଼ିଆକୁ ଯିବେ । ସେଠାରେ ଉପସ୍ଥିତ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ସଭାରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେବେ । ଅପରାହ୍ନ ସାଢ଼େ ୨ଟା ସମୟରେ ଝୁମ୍ପୁରାରୁ ରାଇକଳାସ୍ଥିତ ତାଙ୍କ ବାସଭବନକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିବେ । ସେଠାରୁ ଅପରାହ୍ନ ୩ଟାରେ ବାହାରି ରାଇକଳାସ୍ଥିତ ଅସ୍ଥାୟୀ କାର୍ଯ୍ୟାଳୟକୁ ଯିବେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।