ଦିଲ୍ଲୀ ନିର୍ବାଚନ ପାଇଁ ଆଜି ଘୋଷଣା ହେବ ତାରିଖ । ଦିନ ୨ଟାରେ ନିର୍ବାଚନ ଆୟୋଗଙ୍କ ପ୍ରେସମିଟ୍ । ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ମତଦାନ ଏବଂ ଫେବ୍ରୁଆରୀ ୧୭ରେ ନିର୍ବାଚନ ଫଳାଫଳ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହାପୂର୍ବରୁ ନିର୍ବାଚନ ଆୟୋଗ ଫାଇନାଲ୍ ଭୋଟର ତାଲିକା ପ୍ରକାଶ କରିଛନ୍ତି ।

ଏଥର ଦିଲ୍ଲୀରେ ସମୁଦାୟ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର ଅଛନ୍ତି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩ଲକ୍ଷ ୪୯ହଜାର ୬୪୫ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୧ଲକ୍ଷ ୭୩ହଜାର ୯୫୨ । ସେହିପରି ୧ହଜାର ୨୬୧ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ଦିଲ୍ଲୀରେ ଗତ ଦୁଇଟି ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୭୦ଟି ସିଟ୍ ମଧ୍ୟରୁ ୬୦ରୁ ଅଧିକ ଆସନରେ ଜିତି ସରକାର ଗଠନ କରୁଥିଲା । ୨୦୧୫ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୬୭ଟି ସିଟ୍ ଜିତିଥିଲା । ଦିଲ୍ଲୀ ଇତିହାସରେ ଏହା ପ୍ରଥମ ଥର ଥିଲା ଯେତେବେଳେ କି କୌଣସି ଦଳ ଏତେ ସଂଖ୍ୟକ ଆସନ ଜିତିଥିଲେ । ଏଥି ସହିତ, ୨୦୨୦ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୬୨ଟି ସିଟ୍ ଜିତିଥିଲା । ବିଜେପି ୮ଟି ଆସନ ଜିତିଥିଲା ।
ମୋ ଟିଭି ଓଡିଶା, ନୂଆଦିଲ୍ଲୀ
More Stories
ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜନ୍ମ ଜୟନ୍ତୀ ।
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।