ପାପଡାହାଣ୍ଡି :28/10(ଆମ ପ୍ରତିନିଧି )
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପୋଣ୍ଡିକୋଟ ଗ୍ରାମପଞ୍ଚାୟତ ସଦର ମହକୁମା ଠାରେ ଧର୍ମାନ୍ତୀକରଣ ପାଇଁ ଶବ ସତ୍କାର ହୋଇପାରୁନାହିଁ | ଯାହାଦ୍ୱାରା ଶବ କୁ ମିଳୁନି ମଶାଣି. ଶବ ନିଜ ଘରେ ପଡିରହିଛି |
ସୂଚନା ଅନୁଯାୟୀ ପୋଣ୍ଡିକୋଟ ଗ୍ରାମର ଡୋମୁ ଯାନୀ ଗତ ଦୁଇ ବର୍ଷ ତଳେ ନିଜ ଧର୍ମ ପରିବର୍ତ୍ତନ କରି କ୍ରିଷ୍ଟିଆନ ଧର୍ମ ଅଵଲମ୍ବନ କରିଥିଲେ | ପୋଣ୍ଡିକୋଟ ଗ୍ରାମରେ 5 ରୁ 6 ପରିବାର ଏହି ସମ୍ପ୍ରଦାୟ ଲୋକ ବସବାସ କରୁଛନ୍ତି | ଗ୍ରାମରେ କ୍ରିଷ୍ଟିଆନ ସମ୍ପ୍ରଦାୟ ର ଲୋକଙ୍କ ଶବ ସତ୍କାର କରିବା ପାଇଁ କୌଣସି ସ୍ଥାନ ନାହିଁ |
ଆଜି ସକାଳ 5 ଘଣ୍ଟା ସମୟରେ ଡୋମୁ ଯାନୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ | ଏହା ପରେ ଗ୍ରାମରେ ଚର୍ଚ୍ଚା ର ବିଷୟ ପାଲିଟିଥିଲା ଶବ ସତ୍କାର କେମିତି ହେବ | ଏନେଇ ଡୋମୁ ଯାନୀ ପରିବାର ଗ୍ରାମବାସୀ କୁ ଶବ ସତ୍କାର କରିବା ପାଇଁ ଗ୍ରାମବାସୀ କୁ ଅନୁରୋଧ କରିଥିଲେ | କିନ୍ତୁ ଗ୍ରାମବାସୀ ଶବ ସତ୍କାର କରିବା ପାଇଁ ବିରୋଧ କରିଥିଲେ | ଏନେଇ ପ୍ରଶାସନ ନିକଟରେ ଖବର ପାଇବା ପରେ ଅତରିକ୍ତ ତହସିଲଦାର ସସ୍ମିତା ଜେନା, ଏସଡିପିଓ ମିନାକ୍ଷୀ ଠାକୁର, ଥାନା ଅଧିକାରୀ ଦୀପକ କୁମାର ଜେନା, ରାଜସ୍ୱ ନିରୀକ୍ଷକ ଅର୍ଜୁନ ମାଝୀ ଖବର ପାଇଁ ଘାଟନସ୍ଥଳ ପହଞ୍ଚି ଗ୍ରାମବାସୀ କୁ ବୁଝେଇଥିଲେ. କିନ୍ତୁ ହିନ୍ଦୁ ମାନଙ୍କ ଶ୍ୱାସନ ରେ ଶବ ସତ୍କାର ହୋଇପାରିବ ନାହିଁ ବୋଲି ଗ୍ରାମବାସୀ ବିରୋଧ କରିଥିଲେ |
ଏହା ପରେ ଅତରିକ୍ତ ତହସିଲଦାର ଶବ ସତ୍କାର ନିମନ୍ତେ ଜାଗା ଚିହ୍ନଠ କରିବା ପାଇଁ ରାଜସ୍ୱ ନିରୀକ୍ଷକ କୁ ନିର୍ଦେଶ କରିଥିଲେ | କିନ୍ତୁ ସେହି ଅଞ୍ଚଳ ରେ ରାଜସ୍ୱ ବିଭାଗ ର ଜାଗା ନଥିବା ଯୋଗୁ ଜାଗା ନିରୂପଣ ହୋଇପାରିନଥିଲା | ଆସନ୍ତା କାଲି ଜାଗା ଚିନ୍ହଟ ପରେ ଶବ ସତ୍କାର କରାଯିବ ବୋଲି ଅତରିକ୍ତ ତହସିଲଦାର ସୂଚନା ଦେଇଛନ୍ତି | ଆଜି ସକାଳ ରୁ ଶବ ନିଜ ଘରେ ପଡିରହିଛି | ଖବର ଲେଖା ସୁଦ୍ଧା ଶବ କୁ ମିଳୁନି ମଶାଣି |
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।