ଖୋର୍ଦ୍ଧା: ୧୨/୧୧/୨୪
କୂଅରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର। କୂଅରୁ ଗଳିତ ମୃତଦେହ ମିଳିଲା କିପରି ?
ମୃତକ ଜଣଙ୍କ ନିରାକାରପୁର ଥାନା ନନପଡା ଗ୍ରାମର ଜ୍ୟୋତିର୍ମୟୀ ପ୍ରଧାନ ବୟସ ୨୧।ସୂଚନାରୁ ଜଣାପଡିଛି ନନପଡା ଗ୍ରାମର ଉମେଇ ପ୍ରଧାନଙ୍କ ଘର ପାଖରେ ଥିବା ଏକ ଅପରିତ୍ୟକ୍ତ କୂଅରୁ ଜଣେ ଯୁବତୀଙ୍କ ଗଳିତ ମୃତ ଦେହ ଉଦ୍ଧାର।ନନପଡା ଗ୍ରାମର ଉମେଇ ପ୍ରଧାନଙ୍କ ଝିଅ ଜୋତିର୍ମୟୀ ପ୍ରଧାନ ଗତ ଗୁରୁବାର ଠାରୁ ନିଖୋଜ ଥିଲେ। ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ତାଙ୍କର ସନ୍ଧାନ ପାଇ ନଥିଲେ।
ଏନେଇ ଉମେଇ ପରିବାର ପକ୍ଷରୁ ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ। ଆଜି ସଂନ୍ଧ୍ୟା ସମୟରେ ମୃତଦେହ କୂଅରେ ପଚି ଦୁର୍ଗନ୍ଧ ହେବାରୁ ପାଖ ପଡୋଶୀଙ୍କ ସନ୍ଦେହ ହେବାରୁ ଲୋକମାନେ କୂଅକୁ ଦେଖିଥିଲେ କୂଅରେ ଏକ ଶବ ଭାଷୁଥିବା ଦେଖି ନିରାକାରପୁର ପୋଲିସକୁ ସୂଚନା ଦେଇଥିଲେ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହାୟତାରେ ମୃତଦେହକୁ କୂଅରୁ ଉଦ୍ଧାର କରି ବ୍ୟବଛେଦ ପାଇଁ ମେଡିକାଲ କୁ ପଠାଇ ତଦନ୍ତ ଜାରି ରଖିଛି। ଯୁବତୀ ଜଣଙ୍କ କିଭଳି ମୃତ୍ୟୁ ବରଣ କରିଛନ୍ତି କାରଣ ଅସ୍ପଷ୍ଟ ରହିଥିବା ଜଣାପଡିଛି। ଯୁବତୀ ଜଣଙ୍କୁ କିଏ ହତ୍ୟା କରି କୂଅରେ ପକାଇ ଦେଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଶବ ବ୍ୟବଛେଦ ରିପୋର୍ଟରୁ ଜଣାପଡିବ l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।