MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମଲାଗୁଣୀ ନଦୀରେ ଭାଷୁଛି ଅଚିହ୍ନା ବ୍ୟକ୍ତି ର ମୃତଦେହ।

ଖୋର୍ଦ୍ଧା : ୦୮/୧୧/୨୪


ଜଂକିଆ ଥାନା ଅଧିନସ୍ଥ ମଲାଗୁଣୀ ନଦୀରେ ଭାସୁଛି ଅଚିହ୍ନା ପୁରୁଷ ବ୍ୟକ୍ତିର ମୃତଦେହ। ୧୬ନମ୍ବର ଜାତୀୟ ରାଜପଥ ମଲାଗୁଣୀ ନଦୀ ବ୍ରିଜ ନିକଟରୁ ମିଳିଛି ମୃତଦେହ।

ମୃତର ପରିଚୟ ଅସ୍ଫଷ୍ଟ।କୈ।ଣସି ଦୁର୍ବୁତ୍ତ ମୃତକ ବ୍ୟକ୍ତିକୁ ହତ୍ୟା କରି ନଦୀରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ୩/୪ଦିନ ପୂର୍ବରୁ ମୃତ୍ୟୁ ଘଟିଥିବା ଅନୁମାନ।ମୃତକ ଜଣଙ୍କ ଏକ ବ୍ଲୁ କଲର ଟ୍ରାଉଜର ଓ ସ୍କାଏ କଲର ବାନିୟନ ଓ ବେକରେ ପଇତା ପିନ୍ଧିଥିବା ବେଳେ ମୃତକର ଡାହାଣ ପଟ ଗୋଡ ରେ ଆଘାତ ଲାଗି ଭାଗିଂଥିବା ଦେଖିବାକୁ ମିଳିଛି।

ଘଟଣା ସ୍ଥଳରେ ଜଂକିଆ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ପହଞ୍ଚି ମୃତ ଦେହକୁ କୂଳକୁ ଆଣି ବ୍ୟବଛେଦ ପାଇଁ ମେଡ଼ିକାଲ କୁ ପଠାଇଛନ୍ତି।ଜଂକିଆ ପୋଲିସର ତଦନ୍ତ ଜାରୀ ଥିବା ଜଣାପଡିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।