MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଥମୁନି ଦାଦନ ଯନ୍ତ୍ରଣା, ଗାଁ କୁ ଫେରିଲା ଶ୍ରମିକ ଙ୍କ ମୃତ ଶରୀର ।

ମୋ ଟିଭି ଓଡିଶା / କଳାହାଣ୍ଡି:୨୬/୦୯
ରିପୋର୍ଟ-ସନତ ପ୍ରଧାନୀ


ଗାଁ କୁ ପୁଣି ଫେରିଲା ଦାଦନ ଶ୍ରମିକ ଙ୍କ ମୃତ ଶବ। ବାହୁନି ବାହୁନି କାନ୍ଦୁଛନ୍ତି ସ୍ତ୍ରୀ ଓ ପିଲାଛୁଆ,ଗାଁ ରେ ଖେଳି ଯାଇଛି ଶୋକାକୁଳ ପରିବେଶ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ବିଗତ କିଛି ମାସ ମଧ୍ୟରେ ୫/୬ ଜଣ ଦାଦନ ଙ୍କ ଶବ ଭିଟାମାଟି କୁ ଫେରିଥିବା ବେଳେ ପୁଣି ଏକ ଅଙ୍କ ଯୋଡି ହୋଇଛି।

କୋକସରା ବ୍ଲକ ଆମପାଣି ଥାନା ଡୁଡ଼ୁକାଠେଙ୍ଗା ପଞ୍ଚାୟତ ଖଳୀଗଡ ନୂଆପଡା ର ଯୋଗୀ ଧଙ୍ଗଡାମାଝୀ (୫୪) ଗତ ତିନି ମାସ ତଳେ ଦାଦନ ଖଟିବାକୁ ବାଙ୍ଗାଲୋର ର କାଳକେରି ମଞ୍ଝୁଲା ନଗର ଠାରେ କାମ କରିବାକୁ ଯାଇଥିଲେ।ସେଠାରେ କୌଣସି ଏକ ଘରୋଇ ଠିକାସଂସ୍ଥାରେ ନିୟୋଜିତ ଥିଲେ। ତେବେ ଗତକାଲି ଅପରାହ୍ନରେ ଜ୍ୱର ଓ ଛାତି ଯନ୍ତ୍ରଣା ହେବାରୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଯାଇ ଚିକିତ୍ସିତ ହୋଇଥିଲେ। ଟିକେ ସୁସ୍ଥ ହେବାପରେ ନିଜ ରହୁଥିବା ସ୍ଥାନ କୁ ଫେରିଥିବା ବେଳେ ପୁଣି ଛାତି ଯନ୍ତ୍ରଣା ହେବାରୁ ନିଜ ବସା ରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ମୃତ୍ୟୁ ପରେ ଠିକାସଂସ୍ଥା ଏକ ଆମ୍ବୁଲାନ୍ସ ଯୋଗେ ମୃତ ଦାଦନ ଶ୍ରମିକଙ୍କ ଶବ କୁ ଗାଁକୁ ପଠାଇଥିବା ବେଳେ ଗୁରୁବାର ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।ମୃତ ଶ୍ରମିକଙ୍କ ଶବ କୁ ଗାଁ ମଶାଣିରେ ଦାହ କରାଯାଇଛି। ତେବେ ଗତ ଦୁଇ ତିନି ମାସ ମଧ୍ୟରେ କୋକସରା ବ୍ଲକରେ ବାରମ୍ୱାର ଦାଦନ ଶ୍ରମିକ ଙ୍କ ମୃତ ଶରୀର ଫେରୁଥିବା ବେଳେ ଜିଲ୍ଲା ଶ୍ରମ ବିଭାଗ ଘଟଣା କୁ ଗୁରୁତ୍ୱ ଦେଇ ଦାଦନ ଚାଲାଣ ରୋକିବା ଦିଗରେ ଦୃଷ୍ଟି ଦେବାକୁ ସାଧାରଣ ରେ ମତ ପ୍ରକାଶ ପାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।