MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମାଛ ମାରିବାକୁ ଯାଇ ପାଣି ରେ ପଡି ବୃଦ୍ଧ ଙ୍କ ମୃତ୍ୟୁ, ପୁଲିସ ର ତଦନ୍ତ ଜାରି।

କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ କୋକସରା ଗ୍ରାମ ର ଘନଶ୍ୟାମ ପରାଭୋଇ(୬୪) ନାମକ ଜଣେ ବୃଦ୍ଧ ଙ୍କ ଚାଷଜମି ରେ ପାଣି ରେ ପଡି ମୃତ୍ୟୁ ହୋଇଛି।

କଳାହାଣ୍ଡି ( ସନତ କୁମାର ପ୍ରଧାନି ) : ୧୧/୧୧/୨୪

କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ କୋକସରା ଗ୍ରାମ ର ଘନଶ୍ୟାମ ପରାଭୋଇ(୬୪) ନାମକ ଜଣେ ବୃଦ୍ଧ ଙ୍କ ଚାଷଜମି ରେ ପାଣି ରେ ପଡି ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ରବିବାର ଦିନ ୯ ସମୟରେ ଘନଶ୍ୟାମ ପରାଭୋଇ ଘରୁ ନିଜ ଚାଷଜମି କୁ ମାଛ ଧରିବା କୁ ଏକ ଜାଲ ନେଇ ପାଣିଗାଁ ଝରିଆଗୁଡା ରାସ୍ତା ରେ ଥିବା ସାନ ଖମାର ପାଣି ନାଲା ଦେଇ ପାର ହେଉଥିବା ବେଳେ ଅସାବଧାନତା ଯୋଗୁ ଚାଷ ଜମି ର ପାଣି ରେ ମୁହଁ ମୋଦି ପଡି ଆଉ ବାହାର କୁ ଆସିନପାରି ପାଣି ରେ ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ପୁଲିସ ସନ୍ଦେହ ପ୍ରକାଶ କରିଛି। ଗତକାଲି ପରିବାର ଲୋକେ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ।

ଆଜି ଅପରାହ୍ନ ରେ ଚାଷ ଜମି କୁ ଯାଇଥିବା ଜଣେ ଶ୍ରମିକ ବୃଦ୍ଧଙ୍କ ମୃତଦେହ ଚାଷଜମିରେ ପଡିଥିବା ନେଇ ଲୋକଙ୍କୁ କହିବା ପରେ ମୃତଦେହ ଟି ଘନଶ୍ୟାମ ପରାଭୋଇ ର ବୋଳି ଜଣା ପଡିଥିଲା। ପରେ ପଟିବାର ଲୋକେ ଏନେଇ କୋକସରା ପୁଲିସ କୁ ଖବର ଦେବାପରେ ପୁଲିସ ପହଞ୍ଚି ଶବ ଜବତ ସହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଛି।ଏକ ଅପମୃତ୍ୟୁ ମାମଲା ୨୦/୨୪ ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ତଦନ୍ତକାରୀ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।