ମୋ ଟିଭି ଓଡିଶା / କଳାହାଣ୍ଡି : ୦୩/୦୭ :
ଦାଦନ ମୃତ୍ୟୁ ଯେମିତି କଳାହାଣ୍ଡି ଜିଲ୍ଲା ପାଇଁ ଅଭିଶାପ ପାଲଟିଛି ନୀତି କିଛି ଦିନ/ମାସ ବ୍ୟବଧାନରେ ଦାଦନ ଶ୍ରମିକଙ୍କ ମୃତ ଦେହ ଭିଟାମାଟି କୁ ଫେରୁଛି। ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ ପଞ୍ଚାୟତ ତେନ୍ତୁଳିପଡାର ଧନେଶ୍ୱର ପୋଟାଙ୍କ ପୁଅ ଲୋକନାଥ ପୋଟା (୨୯) ଙ୍କ ବାଙ୍ଗାଲୋର ବେଳେଣ୍ଡୁରୁ ସଦର ପୋଲିସ ଷ୍ଟେସନ ଅଞ୍ଚଳରେ ମୃତ୍ୟୁ ହୋଇଥିବା ନେଇ ସାଥିରେ ଥିବା ଶ୍ରମିକ ବୁଧବାର ସକାଳେ ଫୋନ ଯୋଗେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। କାମ କରୁଥିବା ବେଳେ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୁଧବାର ମୃତକ ଲୋକନାଥଙ୍କ ସ୍ତ୍ରୀ ପଦ୍ମିନୀ ପୋଟା କୋକସରା ଥାନାରେ ସ୍ଵାମୀଙ୍କ ମର ଶରୀର ଭିଟାମାଟିକୁ ଫେରାଇ ଆଣିବାକୁ ଗୁହାରି କରିଛନ୍ତି।

ସୂଚନା ମତେ ଗତ ମାର୍ଚ୍ଚ ମାସରେ ଗ୍ରାମର ବେଣୁଧର ପୋଟା, କ୍ଷୀରସିନ୍ଧୁ ପୋଟା,ଟଙ୍କଧର ମାଝୀ,ଦୁଷ୍ମନ୍ତ ପୋଟା ଙ୍କ ସହ ମିଶି ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ। ତେବେ ଆଜି ସକାଳେ ଭକ୍ତରାମ ପୋଟା ଫୋନ କରି ଲୋକନାଥ ର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଙ୍କୁ ସୂଚନା ଦେଇଥିଲେ। ଅଭିଯୋଗ ପରେ କୋକସରା ପୋଲିସ ପକ୍ଷରୁ ବାଙ୍ଗାଲୋର ବେଳେଣ୍ଡୁରୁ ସଦର ପୋଲିସ କୁ ସୁଚିତ କରାଯିବା ସହ ଶବ ପଠାଇବା ପାଇଁ ବ୍ୟବସ୍ଥା କରିବାକୁ ହସ୍ତକ୍ଷେପ କରିବାକୁ କୁହାଯାଇଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।