ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିବାରୁ ଭୟରେ ଯାତ୍ରୀମାନେ ତଳକୁ ଡେଇଁ ପଡ଼ିଥିଲେ । ଫଳରେ ଅନ୍ୟ ଟ୍ରାକରେ ଆସୁଥିବା ଟ୍ରେନ୍ ଘଟଣାସ୍ଥଳରେ ୫ ଜଣଙ୍କୁ ଚାପି ଦେଇଥିଲା । ଅନ୍ୟ ୬ ଯାତ୍ରୀଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଏହି ମୃତ୍ୟୁସଂଖ୍ୟା ଏବେ ୧୧ରେ ପହଞ୍ଚିଛି । ୪୦ ଜଣ ଆହତ ହୋଇଛନ୍ତି । ଏନେଇ ଦୁଃଖ ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଲଗାଓଁ ଜିଲ୍ଲାର ପଚୋରା ନିକଟରେ ଏକ ଦୁର୍ଭାଗ୍ୟଜନକ ଘଟଣାରେ କିଛି ଲୋକଙ୍କର ମୃତ୍ୟୁ ଘଟିଛି। ମୁଁ ତାଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ମୋର ସହକର୍ମୀ ମନ୍ତ୍ରୀ ଗିରିଶ ମହାଜନ ଏବଂ ପୋଲିସ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ କିଛି ସମୟ ମଧ୍ୟରେ କଲେକ୍ଟର ମଧ୍ୟ ସେଠାରେ ପହଞ୍ଚିଛନ୍ତି। ରେଳ ପ୍ରଶାସନ ସହ ସମଗ୍ର ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ଏବଂ ଆହତଙ୍କ ଚିକିତ୍ସା ପାଇଁ ତୁରନ୍ତ ବ୍ୟବସ୍ଥା କରାଯାଉଛି। ୮ଟି ଆମ୍ବୁଲାନ୍ସ ପଠାଯାଇଛି । ସାଧାରଣ ଡାକ୍ତରଖାନା ସହିତ ନିକଟସ୍ଥ ଅନ୍ୟ ଘରୋଇ ଡାକ୍ତରଖାନାଗୁଡ଼ିକ ମଧ୍ୟ ଆହତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରହିଛନ୍ତି। ଗ୍ଲାସ୍ କଟର, ଫ୍ଲଡଲାଇଟ୍ ଇତ୍ୟାଦି ଜରୁରୀକାଳୀନ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ରଖାଯାଇଛି ।
ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା
More Stories
ତାଳଚେର ଭାରତର ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହର।
ରଶି ଲଗାଇ ମାନସିକ ଅସ୍ଥିରତା ମଧ୍ୟରେ ଥିବା ଶିକ୍ଷକଙ୍କ ଆତ୍ମହତ୍ୟା
୨୮ ରେ “ଉତ୍କର୍ଷ ଓଡ଼ିଶା”-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୦୨୫ରେ ଯୋଗଦେବେ ପ୍ରଧାନମନ୍ତ୍ରୀ