MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଭାରତୀୟ ମଜଦୂର ସଙ୍ଘ ର ଜିଲ୍ଲା ଅଧିବେଶନ, ଶ୍ରମିକ ଙ୍କ ବକେୟା ବର୍ଦ୍ଧିତ ମଜୁରୀ ପ୍ରାପ୍ୟ ନେଇ ଦାବି।

କଳାହାଣ୍ଡି:୧୭/୦୧(ସନତ ପ୍ରଧାନୀ)


କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଡାକ ବଙ୍ଗଳା ଠାରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଭାରତୀୟ ମଜଦୂର ସଙ୍ଘ ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ମଜଦୂର ସଙ୍ଘ ର ଜିଲ୍ଲା ସଭାପତି ଦେବେନ୍ଦ୍ର କୁମାର ପାଟ୍ଟଯୋଶୀ ଙ୍କ ନେତୃତ୍ୱରେ ରେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ମଣ୍ଡି ରେ ନିୟୋଜିତ ହେମାଳ ଶ୍ରମିକ ମାନେ ଯୋଗ ଦେଇଥିଲେ।

ଭାରତୀୟ ମଜଦୂର ସଙ୍ଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଅନେକ ଆନ୍ଦୋଳନ ଓ ଦାବି ପରେ ୨୦୨୨/୨୩ ରେ ମଣ୍ଡି ରେ କାର୍ଯ୍ୟରତ ଶ୍ରମିକ ଙ୍କ ପାଇଁ ସରକାର କ୍ୱିଣ୍ଟାଲ ପ୍ରତି ମଜୁରୀ ପ୍ରାପ୍ୟ ୮.୦୭ ରୁ ୧୩.୧୭ ଟଙ୍କା କୁ ବୃଦ୍ଧି କରିଥିଲେ । ତେବେ ବର୍ଦ୍ଧିତ ମଜୁରୀ ୨୦୨୩/୨୪ ରୁ ଲାଗୁ ହୋଇଥିବା ବେଳେ ପୂର୍ବର ୨୨/୨୩ ର ବର୍ଦ୍ଧିତ ମଜୁରୀ ଏଯାବତ ମିଳିନାହିଁ। ବାରମ୍ବାର ସରକାର ଙ୍କୁ ବର୍ଦ୍ଧିତ ପ୍ରାପ୍ୟ ଦେବାପାଇଁ ଦାବି ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ମଣ୍ଡି ରେ ନିୟୋଜିତ ହେମାଳ ମାନେ ତାଙ୍କ ନ୍ୟାର୍ଯ୍ୟ ହକ ରୁ ବଞ୍ଚିତ ରହିଥିବା ନେଇ ଅଭିଯୋଗ କରିଛନ୍ତି।

ଆଜି ର ଏହି ଅଧିବେଶନ ରେ ଜିଲ୍ଲା ମଜଦୂର ସଙ୍ଘ ର ସମ୍ପାଦକ ସୁରେନ୍ଦ୍ର ମୋହନ କର, ସମେତ ମଣ୍ଡି ହେମାଳ ସଙ୍ଘ ର ନେତା କୁଳ ପ୍ରଧାନୀ, ବିନୋଦ ମାଝୀ, ଯୁଧିଷ୍ଠିର ଦଳପତି,ଧନସିଂ ମାଝୀ, ପବିତ୍ର ମାଝୀ, ପରମେ ଗହୀର, ମୁରଲୀ ମାଝୀ,ରଘୁମଣି ରାଉତ, ପୁରନ୍ଧର ରାଉତ,ଲକ୍ଷ୍ମଣ କାଣ୍ଡ ସମେତ ଶତାଧିକ ହେମାଳ ଉପସ୍ଥିତ ରହି ସରକାର ଙ୍କୁ ଦାବି ଉପସ୍ଥାପନ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।