February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅଧୁରା ରହିଗଲା ବସଷ୍ଟାଣ୍ଡ ନିର୍ମାଣ ସ୍ୱପ୍ନ, ଫଳକରେ ସୀମିତ ଯୋଜନା


ଆଗରପଡ଼ା,ତା୫/୯: ଗତ ବର୍ଷ ଅଗଷ୍ଟ ମାସରେ ଆଗରପଡ଼ା ଠାରେ ବ୍ଲକସ୍ତରୀୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ଶିଳାନ୍ୟାସ କରିଥିଲେ । ସ୍ଥାନୀୟ ଡାଏଟ ନିକଟସ୍ଥ ପୁରୁଷଣ୍ଢ ମୌଜାର ଖାତା ନଂ ୧୫୨୪ ଓ ପ୍ଲଟ ନଂ ୩୧୨ କିସମ ପତିତ ପ୍ରାୟ ଶହେ ଡ଼ିସିମିଲ ପରିମିତ ଜମିରେ ବସଷ୍ଟାଣ୍ଡ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଥିଲା । ନିର୍ମାଣ ବାବଦରେ ପ୍ରାୟ ଅଢେଇ କୋଟି ଖର୍ଚ୍ଚ ହେବାର ଯୋଜନା ଥିଲା । କିନ୍ତୁ ଇତି ମଧ୍ୟରେ ଉକ୍ତ ଯୋଜନାକୁ ୧ବର୍ଷ ବିତିଯିବା ସହ ରାଜ୍ୟର ଶାସନ ଗାଦିରେ ନୂତନ ସରକାର ବସିଥିବାରୁ ଏହାର ନିର୍ମାଣରେ କାହାରି ଆନ୍ତରିକତା ନଥିବା ପରିଲକ୍ଷିତ ହେଉଥିବାରୁ ବସଷ୍ଟାଣ୍ଡ ନିର୍ମାଣ ସ୍ୱପ୍ନ ଅଧୁରା ରହିଯିବା ସମ୍ଭାବନା ସୃଷ୍ଟି ହୋଇଛି । ସେହିପରି ଆଗରପଡ଼ା ୩ଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍‌ୁଝରର ସୀମାନ୍ତବର୍ତ୍ତୀ ସ୍ଥାନରେ ଅବସ୍ଥିତ ହୋଇଥିବାରୁ ବ୍ୟବସାୟୀକ ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱ ଅଧିକଥିବା ସ୍ଥଳେ ବଜାର ଅଂଚଳରେ ସ୍ଥାୟୀ ବସଷ୍ଠାଣ୍ଡଟିଏ ନଥିବାରୁ ବିଭିନ୍ନ କାର୍ଯ୍ୟରେ ବିଭିନ୍ନ ଜିଲ୍ଲାକୁ ଯିବା ପାଇଁ ମଧ୍ୟ ସମସ୍ୟା ଉପୁଜିଥାଏ । ଏହା ଏକ ପ୍ରମୁଖ ବ୍ୟବସାୟୀକ ସ୍ଥଳୀ ହୋଇଥିବାରୁ ଶହଶହ ଗାଡ଼ି ଯିବା ଆସିବା ମଧ୍ୟ କରିଥାନ୍ତି । କିନ୍ତୁ ଏହିପରି ସ୍ଥଳେ ଏଠାରେ କୌଣସି ସ୍ଥାୟୀ ବସଷ୍ଟାଣ୍ଡ ନଥିବାରୁ ଏହାକୁ ଦୃଷ୍ଟିରେ ରଖି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଚେଷ୍ଟାରେ ବଜାରଠାରୁ ପାଖାପାଖି ୨କିମି ଦୂର ସ୍ଥାନୀୟ ଡ଼ାଏଟ ଛକ ଠାରେ ୨୦୧୯ ମସିହାରେ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ମୁହୁର୍ତ୍ତରେ ତôତାଳୀନ ସାଂସଦ ନିଜ ଅନୁଦାନ ପାଣ୍ଠିରୁ ବର୍ଷ ୨୦୨୦ ନଭେମ୍ବର ୨୧ ତାରିଖରେ ୧୦ଲକ୍ଷ ଟଙ୍କା ମଂଜୁର କରିଥିଲେ ଏହାର ପୂର୍ଣ୍ଣାଙ୍ଗ ପାଇଁ । କିନ୍ତୁ ଯୋଜନାକୁ ଉତି ମଧ୍ୟରେ ୪ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଏହା କେବଳ ଫଳକରେ ଶୋଭା ପାଉଥିବାର ପରିଲକ୍ଷିତ ହେଉଛି । ସେହିପରି ବନ୍ତରେ ୨୦୧୯ରେ ମୁଖ୍ୟମନ୍ତ୍ରୀଙ୍କ ସ୍ପେସାଲ ପ୍ରୋବ୍ଲେମ ଫଣ୍ଡ ଅନୁଦାନରେ ଏକ ନୂତନ ବସଷ୍ଟାଣ୍ଡ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ଉକ୍ତ ଯୋଜନାକୁ ୫ବର୍ଷ ପୂରିବାକୁ ବସିଥିବା ବେଳେ ଏହା ମଧ୍ୟ ଯୋଜନାରେ ଅଟକି ଯାଇଥିବାର ଜଣାପଡ଼ିଛି । ତେଣୁ ବସଷ୍ଟାଣ୍ଡ ନିର୍ମାଣକୁ ଯୋଜନା ମଧ୍ୟରେ ଓ ଫଳକରେ ସୀମିତ ନରଖି ଏହାକୁ କାର୍ଯ୍ୟକ୍ଷମ କରିବାକୁ ନୂତନ ସରକାର ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।