February 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଟ୍ରକ୍ ତଳେ ଶୋଇଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ


ବାଲିଗୁଡ଼ା:(ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

ଟ୍ରକ୍ ତଳେ ଶୋଇଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନସ୍ଥ ବୁଢ଼ାନଈ ନିକଟରେ ଘଟିଛି ଏଭଳି ଘଟଣା । ଟ୍ରକର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଞ୍ଚ ଦିନ ହେବ ରାସ୍ତା କଡ଼ରେ ଗାଡ଼ି ରଖି ଜଗିଥିଲେ ଡ୍ରାଇଭର । ମୃତ ଟ୍ରକ୍ ଡ୍ରାଇଭର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଞ୍ଚଳର ଚିତ୍ତରଞ୍ଜନ ବସ୍ତିଆ ହୋଇଥିବା ସୂଚନା ମିଳିଛି ।

ସୂଚନା ପ୍ରକାରେ ଡ୍ରାଇଭର ଜଣକ ଟ୍ରକ୍ ନଂ-ଓଡି-୦୫-ଜେଡ- ୦୩୦୬ ଟ୍ରକରେ ଏକ ଏଚ୍ ଡ଼ିଡ଼ି ମେସିନ୍ ନେଇ ପାରିଗଡ଼ରୁ ଫୁଲବାଣୀ ଅଭିମୁଖେ ଯାଉଥିବା ବେଳେ ବାଲିଗୁଡ଼ା ଥାନା ବୁଢ଼ାନଈ ନିକଟରେ ଟ୍ରକଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇ ଥିଲା । ମରାମତି କରିବାପାଇଁ ଗାଡ଼ି ଅଟକାଇ ଡ୍ରାଇଭର ଜଣକ ପାଞ୍ଚଦିନ ହେବ ରାସ୍ତା କଡ଼ରେ ଗାଡ଼ିକୁ ଜଗି ରହିଥିଲେ । ଗାଡ଼ି ତଳେ ଶୋଇଥିବା ଡ୍ରାଇଭର ଦୀର୍ଘ ସମୟ ଧରି ନ ଉଠିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ଏନେଇ ବାଲିଗୁଡ଼ା ଥାନା ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି । ତେବେ ସମ୍ପୃକ୍ତ ଡ୍ରାଇଭର ଜଣଙ୍କର ମୃତ୍ୟୁ କିଭଳି ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।