ମୋ ଟିଭି ଓଡିଶା / ଭୁବନେଶ୍ୱର :
ଭୁବନେଶ୍ୱରରେ ଜଣେ ଟ୍ରାଫିକ ପୋଲିସ ଙ୍କ ଉପରେ ଟ୍ରକ୍ ଚଢ଼ାଇ ଫେରାର ହୋଇଯାଇଥିବା ଡ୍ରାଇଭର ଗିରଫ । ବାଙ୍କୀ ଗୋପାଳପୁର ଅଞ୍ଚଳରୁ ଡ୍ରାଇଭରକୁ ନୟାପଲ୍ଲୀ ଥାନା ପୋଲିସ ଧରିଥିବା ବେଳେ ଟ୍ରକ୍ ଜବତ କରିଛି । ଗତ ୨୯ ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ର ୯ ନମ୍ବର ଗେଟ୍ ସମ୍ମୁଖରେ ଏହି ଟ୍ରକ୍ଟି ଟ୍ରାଫିକ ପୋଲିସ କର୍ମଚାରୀ ମଧୁସୁଦନ କିର୍ସାନୀଙ୍କ ଉପରେ ଚଢ଼ି ଯାଇଥିଲା। ମଧୁସୁଦନ ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ ଘଟିଥିଲା ଏହି ଦୁର୍ଘଟଣା। ଘଟଣା ସ୍ଥଳ ହିଁ ଟ୍ରାଫିକ ପୋଲିସଁ ଙ୍କର ମୃତ୍ୟୁ ହୋଇଥିଲା | କୌଣସି ଗାଡ଼ି ମଧୁସୂଦନଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯାଇଥିବା ଜଣାପଡ଼ିଥିଲା। ତେବେ କେଉଁ ଗାଡ଼ି ଏହି କାଣ୍ଡ ଘଟାଇଥିଲା, ତାହା ଜଣାପଡ଼ି ନଥିଲା। ସିସିଟିଭି ଆଧାରରେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜି ଥିଲା ନୟାପଲ୍ଲୀ ଥାନା ପୋଲିସ | ଶେଷରେ ବାଙ୍କୀର ଗୋପାଳପୁର ଅଞ୍ଚଳରୁ ଟ୍ରକ୍ଟିକୁ ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ। ତା’ ସହିତ ଟ୍ରକ୍ ଡ୍ରାଇଭରଙ୍କୁ ଧରିବାରେ ସଫଳ ହୋଇଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।