ଗୋଟିଏ ଯୁଗର ଅନ୍ତ ହେଲା ଆଜି ତାଙ୍କ ନାମ ଖାଲି ରତନ ନଥିଲା,ସେ ଥିଲେ ଜଣେ ଭାରତର ରତ୍ନ (ରତନ ଟାଟା) ।
ରତନ ଟାଟା ଦୁନିଆରୁ ବିଦାୟ ନେଇଛନ୍ତି, କିନ୍ତୁ ସେ ସବୁବେଳେ ଦେଶବାସୀଙ୍କ ହୃଦୟରେ ରାଜ କରିବେ । ବିଶିଷ୍ଟ ଶିଳ୍ପପତି ଭାବେ ରତନ ଟାଟା ବେଶ ଜଣାଶୁଣା ଥିଲେ । ସେ ଜଣେ ବହୁତ ବଡ ବ୍ୟବସାୟୀ ଥିଲେ କେବଳ ଯେ ସେ ଜଣେ ବ୍ୟବସାୟୀ ଥିଲେ ତା ନୁହେଁ ଶିଳ୍ପପତି ସହ ଦେଶ ପ୍ରତି ନିଜର ଦାୟିତ୍ୱକୁ ମଧ୍ୟ ବହୁତ ଭଲ ଭାବରେ ପୂରଣ କରିଥିଲେ ରତନ ଟାଟା । ବହୁ ବାଧାବିଘ୍ନ ସଂଘର୍ଷ ପରେ ରତନ ଟାଟା ସୃଷ୍ଟି କରିପାରିଥିଲେ ନିଜର ଏକ ସ୍ୱତନ୍ତ୍ର ପରିଚୟ ।
ରତନ ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେଦଜୀ ଟାଟାଙ୍କର ନାତି ଅଟନ୍ତି । ରତନଙ୍କୁ ମାତ୍ର ସାତ ବର୍ଷ ଓ ତାଙ୍କ ସାନଭାଇ ଜିମିଙ୍କୁ ପାଞ୍ଚ ବର୍ଷ ହୋଇଥିବା ବେଳେ ୧୯୪୦ ଦଶକର ମଧ୍ୟଭାଗରେ ତାଙ୍କ ପିତାମାତାଙ୍କ ବିଚ୍ଛେଦ ଘଟିଥିବାରୁ, ତାଙ୍କରି ବାଲ୍ୟଜୀବନ କଷ୍ଟମୟ ଥିଲା। ମା ଛାଡି ଚାଲିଯିବାପରେ ଦୁଇଭାଇଙ୍କର ପ୍ରତିପାଳନ ଜେଜେମା ନଭଜବାଇଙ୍କଦ୍ୱାରା ହୋଇଥିଲା । ରତନ ଟାଟା ନିଜର ସ୍କୁଲ ଶିକ୍ଷା ମୁମ୍ବାଇର କାମ୍ପିଅନ ସ୍କୁଲରୁ ଆରମ୍ଭ କରି କ୍ୟାଥେଡ୍ରାଲ ଏଣ୍ଡ ଜନ କନ୍ନନ ସ୍କୁଲରେ ସମାପ୍ତ କରିଥିଲେ।୧୯୬୨ରେ ସେ କର୍ଣେଲ ବିଶ୍ୱବିଦ୍ୟାଳୟରୁ ସ୍ଥାପତ୍ୟ କଳାରେ ସ୍ନାତକ ହାସଲ କରିଥିଲେ ଏବଂ ୧୯୭୫ରେ ହାର୍ବାର୍ଡ ବିଶ୍ୱବିଦ୍ୟାଳୟରୁ ଆଡଭାନ୍ସଡ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ହାସଲ କରିଥିଲେ ।ଏହା ବ୍ୟତୀତ ସେ ଆଲଫା ସିଗମା ଫାଇ(ୟାଲେଠାରେ ଅବସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ୧୦ଟି ସର୍ବପୂରାତନ ସାମାଜିକ ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ)ର ଅଂଶ ଅଟନ୍ତି ।
୧୯୬୨ରେ ଭାରତ ଫେରିବା ପରେ ଆଇ.ବି.ଏମ.ତରଫରୁ ଏକ ଚାକିରୀ ଅଗ୍ରାହ୍ୟ କରି ଜେ.ଆର୍.ଡି.ଟାଟାଙ୍କ ପ୍ରସ୍ତାବ କ୍ରମେ ଜାମସେଦପୁରସ୍ଥିତ ଟାଟା ଷ୍ଟିଲର ଫ୍ଲୋର ଶପରେ ଅନ୍ୟ ଦୈନିକ ମଜୁରିଆଙ୍କ ସହ ମିଶି ଚୂନପଥର ଭାଙ୍ଗିବାଠାରୁ ଆରମ୍ଭ କରି, ବ୍ଲାଷ୍ଟ ଫର୍ଣେସ ସମ୍ଭାଳିବା ପର୍ଯ୍ୟନ୍ତ କାମ କରିଥିଲେ ।୧୯୭୧ରେ ସେ ନ୍ୟାସନାଲ ରେଡିଓ ଏଣ୍ଡ ଇଲେକ୍ଟ୍ରୋନିକ୍ନ(ନେଲକୋ)ର ଅଧ୍ୟକ୍ଷ ରୂପେ ଯୋଗ ଦେଲେ, ସେତେବେଳେ କମ୍ପାନୀ ଶୋଚନୀୟ ଭାବେ ୪୦% କ୍ଷତିରେ ଚାଲିଥିଲା ଓ ବଜାରର ମାତ୍ର ୨% ଅଂଶ ଅଧିକାର କରିଥିଲା । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ଏହା ୨%ରୁ ୨୫%କୁ ବୃଦ୍ଧି ପାଇଥିଲା କିନ୍ତୁ ୧୯୭୭ର ଜରୁରୀକାଳୀନ ପରିସ୍ଥିତି ଏବଂ ଦୁର୍ବଳ ଅର୍ଥନୈତିକ ନିତୀ ତଥା ଶ୍ରମିକ ଅସୁବିଧା ପାଇଁ ନେଲକୋ ଶେଷରେ ପୂର୍ବାବସ୍ଥାକୁ ଫେରିଗଲା।
ପୁଣି ୧୯୭୭ରେ ଶୋଚନୀୟ ଅବସ୍ଥା ଦେଇ ଗତି କରୁଥିବା ଏମ୍ପ୍ରେସ ମିଲ ସମ୍ଭାଳିବାର ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା ଓ ସଫଳତାର ସହ କାର୍ଯ୍ୟ ପରିଚାଳନା କରିଥିଲେ । ସମସାମୟିକ ବଜାରରେ ପ୍ରତିଯୋଗିତା ଭିତ୍ତିକ କରାଇବାକୁ ୫୦ ଲକ୍ଷ ଟଙ୍କାର ଅଭାବ ଫଳରେ ଏହା ୧୯୮୬ରେ ବନ୍ଦ ହୋଇଯାଇଥିଲା । ୧୯୮୧ରେ ଜେ.ଆର.ଡି. ଟାଟା ଇଣ୍ଡଷ୍ଟ୍ରିଜର ମୁଖ୍ୟ ପଦରୁ ଅବସର ଗ୍ରହଣ କରି ରତନ ଟାଟାଙ୍କୁ ପରବର୍ତ୍ତୀ ମୁଖ୍ୟ ନିମନ୍ତେ ମନୋନୀତ କରିଥିଲେ। ବିନା ଅଭିଜ୍ଞତାରେ ଟାଟା ଭଳି ଏକ ବିଶାଳ ସଂସ୍ଥାର କାର୍ଯ୍ୟଭାର ସମ୍ଭାଳିବା ନିମନ୍ତେ ସେ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ । ୧୯୯୧ରେ ସେ ଟାଟା ଗ୍ରୁପର ମୁଖ୍ୟ (ଚେୟାରମ୍ୟାନ)ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତାଙ୍କରି କାର୍ଯ୍ୟକାଳ ଭିତରେ ଟେଟ୍ଲି, ଜାଗୁଆର ଲ୍ୟାଣ୍ଡ ରୋଭର, କୋରସ ଭଳି କମ୍ପାନୀର ଅଧିଗ୍ରହଣ ସମ୍ଭବ ହୋଇଥିଲା ଏବଂ ଟାଟା ବିଶ୍ୱ-ସ୍ତରୀୟ କମ୍ପାନୀର ମାନ୍ୟତା ଲାଭ କରିଥିଲା( ସମସ୍ତ ଆୟର ପ୍ରାୟ ୬୫% ବୈଦେଶିକ ପୁଞ୍ଜି) । ତାଙ୍କ ସମୟରେ ମଧ୍ୟ ଇଣ୍ଡିକା ତଥା ନାନୋ ଭଳି ଦୁଇଟି ଜନପ୍ରିୟ କାରର ବିକାଶ ତଥା ପ୍ରଗତି ହୋଇପାରିଥିଲା। ୧୯୯୦ ପରେ ଦେଖାଯାଇଥିବା ଅର୍ଥନୈତିକ ସ୍ୱାଚ୍ଛନ୍ଦତା ପାଇଁ ଟାଟା ଗ୍ରୁପ ଅଫ କମ୍ପାନିଜର ସମସ୍ତ ସଫଳତାର ଶ୍ରେୟ ରତନ ଟାଟାଙ୍କୁ ଦିଆଯାଏ । ଅଗଷ୍ଟ ୨୦୦୭ରେ ରତନ ଟାଟାଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍ରର ବ୍ୱ୍ରିଟିଶ ଷ୍ଟିଲ କମ୍ପାନୀ କୋରସର ଅଧିଗ୍ରହଣ ତତକାଳୀନ ସମୟରେ ଏକ ଭାରତୀୟ କମ୍ପାନୀର ଏକ ବିଦେଶୀ କମ୍ପାନୀ ଅଧିଗ୍ରହଣ ଭାବେ ସବୁଠାରୁ ବଡ଼ ଥିଲା । ଏହି ଅଧିଗ୍ରହଣ ଫଳରେ ଟାଟା ଷ୍ଟିଲ ବିଶ୍ୱର ପଞ୍ଚମ ବୃହତ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ରୂପେ ମାନ୍ୟତା ପାଇଥିଲା।
ରତନ ଟାଟା ଡିସେମ୍ବର ୨୦୧୨ରେ ନିଜ ପଦବୀ ଛାଡିବାକୁ ଘୋଷଣା କରିଛନ୍ତି ଏବଂ ସାପୁର୍ଜୀ ପାଲୁନଜୀ କମ୍ପାନୀର ମୁଖ୍ୟ ପାଲୁନଜୀ ମିସ୍ତ୍ରୀଙ୍କ ୪୨-ବର୍ଷୀୟ ପୁତ୍ର ସାଇରସ ମିସ୍ତ୍ରୀ ଟାଟା ଗ୍ଗ୍ରୁପର ଅଧ୍ୟକ୍ଷ ରୂପେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ସ୍ଥିର ହୋଇଛି।
ରତନ ଟାଟା ବିଭିନ୍ନ ଭାରତୀୟ ବ୍ୟବସାୟିକ ପ୍ରତିଷ୍ଠାନର ସଦସ୍ୟ ତଥା ପ୍ରଧାନମନ୍ତ୍ରୀଙ୍କ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ସଦସ୍ୟ ଅଟନ୍ତି । ସେ ମଧ୍ୟ ଇଷ୍ଟ-ବେଷ୍ଟ ସେଣ୍ଟର, ରାଣ୍ଡ’ସ ସେଣ୍ଟର ଫର ଏସିଆ ପାସିଫିକ ପଲିସିର ବୋର୍ଡ ଅଫ ଗଭର୍ଣର୍ସର ସଭ୍ୟ ତଥା ବିଲ ଏଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଭାରତରେ ହେଉଥିବା ଏଡସ ନିରାକରଣ ପ୍ରକଳ୍ପର ପରିଚାଳନା ବୋର୍ଡର ସଦସ୍ୟ । ଏହା ବ୍ୟତୀସେ ସେ ଅନେକ ଆନ୍ତର୍ଜାତୀୟ ସଙ୍ଗଠନ ଯଥା – ମିତଶୁବିସି କର୍ପୋରେସନ, ଦି ଆମେରିକାନ ଇଣ୍ଟରନ୍ୟାସନାଲ ଗ୍ରୁପ, ଜେ.ପି. ମୋର୍ଗାନ ଚେଜ, ବୁଜ ଆଲେନ ହାମିଲଟନର ପ୍ରମୁଖ ପରାମର୍ଶଦାତା ଅଛନ୍ତି। ପୁଣି ମଧ୍ୟ ସେ ରାଣ୍ଡ କର୍ପୋରେସନ, ସଦର୍ଣ କାଲିଫୋର୍ଣିଆ ବିଶ୍ୱବିଦ୍ୟାଳୟ, କର୍ଣେଲ ବିଶ୍ୱବିଦ୍ୟାଳୟର ଟ୍ରଷ୍ଟୀ ବୋର୍ଡର ସଭ୍ୟ ତଥା ଦକ୍ଷିଣ ଆଫ୍ରିକା ଗଣରାଜ୍ୟର ଇଣ୍ଟରନ୍ୟାସନାଲ ଇନଭେଷ୍ଟମେଣ୍ଟ କାଉନସିଲ ଏବଂ ନ୍ୟୁ-ୟର୍କ ଷ୍ଟକ ଏକ୍ସଚେଞ୍ଜର ପରାମର୍ଶଦାତା ରୂପେ କାର୍ଯ୍ୟ କରୁଛନ୍ତି। ୨୦୦୯ ମସିହାରେ ନାଇଟ କମାଣ୍ଡର ଅଫ ଦି ଅର୍ଡର ଅଫ ଦି ବ୍ରିଟିଶ ଏମ୍ପାୟାର ଅନୁସାରେ ତାଙ୍କୁ ନାଇଟ(ସାର) ଉପାଧି ପ୍ରଦାନ କରାଯାଇଥିଲା।
ଯଦି ଆମେ ରତନ ଟାଟାଙ୍କ ବ୍ୟକ୍ତିତ୍ୱ ବିଷୟରେ କହିବା, ସେ କେବଳ ଜଣେ ଶିଳ୍ପପତି ନୁହଁନ୍ତି ବରଂ ଜଣେ ସରଳ, ସମ୍ଭ୍ରାନ୍ତ ଏବଂ ଉଦାର ବ୍ୟକ୍ତି । ସେ ଲୋକଙ୍କ ପାଇଁ ଆଦର୍ଶ ଏବଂ ପ୍ରେରଣା ଉତ୍ସ ମଧ୍ୟ ଥିଲେ । ସେ ନିଜ ଟାଟା ଗ୍ରୁପ ସହିତ ଜଡିତ ଛୋଟ କର୍ମଚାରୀଙ୍କୁ ମଧ୍ୟ ତାଙ୍କ ପରିବାର ଭାବରେ ଦେଖୁଥିଲେ ।
ସେ ନିଜ କର୍ମଚାରୀଙ୍କ ଯତ୍ନ ନେବାରେ କୌଣସି ମୌକା ଛାଡି ନଥିଲେ, ଏହାର ଅନେକ ଉଦାହରଣ ମଧ୍ୟ ଅଛି । ଏହା ବ୍ୟତୀତ ସେ ଜଣେ ପଶୁପ୍ରେମୀ ମଧ୍ୟ ଥିଲେ । ସେ ଅନେକ ଏନଜିଓ ଏବଂ ପଶୁ ଆଶ୍ରୟସ୍ଥଳୀକୁ ଅନେକ ଦାନ କରିଥିଲେ । କୌଣସି ବିପର୍ଯ୍ୟୟ ସମୟରେ ଦେଶବାସୀଙ୍କୁ ସାହାଯ୍ୟ କରିବାକୁ ସେ ସର୍ବଦା ପ୍ରସ୍ତୁତ ଥିଲେ । ତାଙ୍କ ମତରେ ଆପଣ ନିଜ କାମରେ ସେତେବେଳେ ସଫଳତା ହାସଲ କରିପାରିବେ ଯେତେବେଳେ ଆପଣ ପ୍ରଥମେ ନିଜ କାମକୁ ସମ୍ମାନ ଦେବେ ।
ସତ୍ୟାନନ୍ଦ ପାଣିଗ୍ରାହୀ
More Stories
ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଶପଥ ପାଠ ଅନୁଷ୍ଠିତ
ଲୋକସେବା ଭବନରେ ରାଷ୍ଟ୍ରୀୟ ଏକତା ଦିବସ
ଜିଲ୍ଲା ବଞ୍ଜରା ସମାଜ ପକ୍ଷରୁ ଓଏଏସ ପାଇଥିବା ପ୍ରତିଭା ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା।