ଭୁବନେଶ୍ଵର: ଜଳୁଛି ସାରା ଓଡିଶା। ଆକାଶରୁ ହେଉଛି ଅଗ୍ନିବର୍ଷା। ଗୁରୁବାର ଯାଏଁ ସିଭିୟର ହିଟ୍ ଓ୍ବେଭ୍ ପାଇଁ ରାଜ୍ୟର କିଛି ସ୍ଥାନକୁ ରେଡ୍ ଆଲର୍ଟ ଜାରି ହୋଇଛି। ଆଜି ପାଇଁ ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେସବୁ ଜିଲ୍ଲା ଗୁଡିକ ହେଉଛି ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ , ବାଲେଶ୍ଵର ଏବଂ କେନ୍ଦୁଝର ଜିଲ୍ଲା। ସେହିଭଳି ହିଟ୍ ଓ୍ବେଭ୍ ନେଇ ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ଏପଟେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଏପ୍ରିଲର ତାତି। ଗତକାଲି ୧୫ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା। ତାପମାତ୍ରାରେ ସର୍ବକାଳୀନ ରେକର୍ଡ କରିଥିଲା ବାରିପଦା ସହର। ୪୬. ୪ ଡିଗ୍ରୀ ପାରଦ ରେକର୍ଡ ହୋଇଥିଲା।
ମଙ୍ଗଳବାର ଥିଲା ଚଳିତ ଗ୍ରୀଷ୍ମର ବର୍ତ୍ତମାନ ସୁଦ୍ଧା ସବୁଠୁ ଉତ୍ତପ୍ତ ଦିନ l ବାରିପଦା ବିଶ୍ୱର ଦ୍ୱିତୀୟ ଉତ୍ତପ୍ତ ସହର ପାଲିଟିବା ବେଳେ ବାଲେଶ୍ୱର ତୃତୀୟ ଓ ଭୁବନେଶ୍ୱର ୧୦ମ ସ୍ଥାନରେ ରହିଛି l ପାଣିପାଗ ପୂର୍ବାନୁମାନ ଯାହା, ଆସନ୍ତା ୨ ତାରିଖ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ରେଡ ୱାର୍ଣ୍ଣିଙ୍ଗ ସ୍ଥିତି ବଳବତ୍ତର ରହିବ l ତଥାପି ୫ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ l ୭ ତାରିଖ ବେଳକୁ ପାଗରେ ବଡ ଧରଣର ପରିବର୍ତ୍ତନ ଆସିପାରେ l ବାୟୁମଣ୍ଡଳରେ ଜଳୀୟବାଷ୍ପ ବଢିବା ସହ ବହୁ ସ୍ଥାନରେ କାଳାବୈଶାଖୀ ବର୍ଷା ର ସମ୍ଭାବନା ଅଛି l
More Stories
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍ୟ ଅଗ୍ରଗତି ଜାରି ରହିଛି |
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ମହାସମୁନ୍ଦ-ଟିଟିଲାଗଡ଼ ରେଳ ସେକ୍ସନ ନୀରିକ୍ଷଣ _ ନିରାପତ୍ତା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ବିକାଶର ସମୀକ୍ଷା |
ସ୍ଥାନୀୟ ଯାତ୍ରୀମାନଙ୍କୁ ଲାଭ ପହଞ୍ଚାଇବା ପାଇଁ ସାନପଦର ଠାରେ ନୂତନ ପାସେଞ୍ଜର ହଲ୍ଟ :