MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଯୁବକଙ୍କୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ସିମୁଳିଆ ଥାନା ବାଘୁଆ ଅଞ୍ଚଳର ପ୍ରଫୁଲ୍ଲ ଦାସ(୪୦) ଦୀର୍ଘ ଦିନ ଧରି ସୋର କଲେଜଛକ ନିକଟରେ ଏକ ଭଡା ଘରେ ବ୍ୟବସାୟ କରୁଥିଲେ। କିଛିଦିନ ତଳେ ବିଦ୍ୟୁତ ବିଭାଗ ପକ୍ଷରୁ ଚୋରା ବିଦ୍ୟୁତ ସଂଯୋଗ ପାଇଁ ୧ ଲକ୍ଷ ୧୭ ହଜାର ଟଙ୍କାର ଜରିମାନା ଲଗାଯାଇଥିଲା। ଫଳରେ ପ୍ରଫୁଲକୁ ଘର ମାଲିକ ସମସ୍ତ ଟଙ୍କା ପୈଠ କରିବା ପାଇଁ ବାଧ୍ୟ କରିଥିଲେ।

ଗତ ତିନିଦିନ ତଳେ ବିଦ୍ୟୁତ କାର୍ଯ୍ୟାଳୟକୁ ଟଙ୍କା ଡ଼ିପୋଜିଟ କରିବାକୁ ଯାଇଥିବା ବେଳେ ୩୦ ହଜାର ଟଙ୍କା ହଜିଯାଇଥିଲା। ଫଳରେ ମାନସିକ ଭାରସାମ୍ୟ ହରାଇ ପ୍ରଫୁଲ ପୁରୀ ଚାଲିଯାଇଥିଲେ। ଗତକାଲି ଫେରିବା ସହିତ ଆଜି ସକାଳେ ତାଙ୍କ ସ୍ତ୍ରୀ ତୁଳସୀଙ୍କୁ ଫୋନ ଯୋଗେ ଘର ମାଲିକ ଧମକ ଦେଉଥିବା କଥା କହି କାନ୍ଦିଥିଲେ। ସ୍ତ୍ରୀ ତୁଳସୀ ଓ ଶାଶୁ ଶ୍ରୀମତୀ ବେହେରା ଉକ୍ତ ଭଡା ଘରେ ପହଂଚି ପ୍ରଫୁଲ୍ଲ ଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଥିଲେ। ପରେ ତାଙ୍କୁ ସୋର ଡାକ୍ତର ଖାନା ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପ୍ରଫୁଲଙ୍କ ଦେହରେ କ୍ଷତ ସୃଷ୍ଟି ହେବା ସହିତ ମୁଣ୍ଡ ଫାଟିଥିବାରୁ ତାଙ୍କୁ ଘର ମାଲିକ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପୁଲିସ ଡାକ୍ତରଖାନାରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି।ବ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।