ଦାରିଙ୍ଗବାଡି,ମୋଟିଭି ଓଡିଶା:(ସୁଶାନ୍ତ କୁମାର ସାହୁ)
ଖାଦ୍ୟ ସୁରକ୍ଷା ଯୋଜନାରେ ସରକାର ଗରିବ ପରିବାର ଙ୍କୁ ମୁଣ୍ଡ ପିଛା ହିସାବରେ ୫ କିଲୋ ଚାଉଳ ପ୍ରଦାନ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ପାଇଁ ଏହା ଯଥେଷ୍ଟ ହେଉ ନାହିଁ । ଏଣୁ ୫ କିଲୋ ବଦଳରେ ୧୫ କିଲୋ ଚାଉଳ ଦେବା ନିମନ୍ତେ ଦାବି କରିଛନ୍ତି କଂଗ୍ରେର ବରିଷ୍ଟ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ।

ଶନିବାର ଦିନ ମାଣ୍ଡିପଙ୍କା ଗ୍ରାମ କୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଦାନ ଗସ୍ତ କରି ମୃତ ପରିବାର ଲୋକଙ୍କୁ ଭେଟି କେଉଁ କାରଣରୁ ଆମ୍ବ ଟାକୁଆ ଖାଇବାକୁ ପଡ଼ିଲା ବୋଲି ଆଲୋଚନା କରିଥିବା ବେଳେ ମୁଣ୍ଡ ପିଛା ଚାଉଳ ବୃଦ୍ଧି କରିବା ଦାବି କରିଥିଲେ । ଏଥି ସହିତ ଅକ୍ଟୋବର ମାସର ଚାଉଳ ବିଳମ୍ବରେ ନଭେମ୍ବର ମାସରେ ମିଳିଥିବା ଯୋଗୁଁ କ୍ଷୁବ୍ଧ ହୋଇଥିଲେ । ସେହିପରି ଉକ୍ତ ଅଞ୍ଚଳରେ ନେଟୱାର୍କ, ରାସ୍ତା ସମ୍ପ୍ରସାରଣ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ମନରେଗା ଯୋଜନାରେ ଲୋକଙ୍କୁ କର୍ମ ନିଯୁକ୍ତି, ଲୋକଙ୍କ ଜୀବିକା ନିର୍ବାହ କରିବା ପାଇଁ ଯୋଜନା ଭଳି ଅନେକ କିଛି ଦାବି ରଖିଥିଲେ ।
ଏତେ ବଡ଼ ଘଟଣା ସାରା ରାଜ୍ୟ ତଥା ରାଜ୍ୟ ବାହାରେ ଚହଳ ସୃଷ୍ଟି କରିଥିବା ବେଳେ କନ୍ଧମାଳ ଜିଲ୍ଲାପାଳ ମୃତକଙ୍କ ପରିବାର ପାଖରେ ନପହଞ୍ଚିବା ଓ ଗୁରୁତର ଙ୍କୁ ଯାଇ ମେଡ଼ିକାଲରେ ନଦେଖିବା କୁ ନେଇ ଶ୍ରୀକାନ୍ତ ଜେନା ଉଦବେଗ ପ୍ରକାଶ କରିଥିଲେ | ମୃତକ ଙ୍କ ପରିବାର ବର୍ଗ ଙ୍କୁ ମୁଖ୍ୟମନ୍ତ୍ରୀ ଆସି ଭେଟିବାକୁ ଦାବି ରଖିଥିବା ମୃତକ ୨ ପରିବାର ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବି କରିଥିଲେ । ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ତଥା ଡକ୍ଟର ଅଭାବ ଯୋଗୁଁ ଆଜି ଏଭଳି ଘଟଣା ଘଟି ଥିବା ବେଳେ ଯଦି ଉତ୍ତମ ସ୍ୱାସ୍ଥ୍ୟ ସେବା ରହିଥାନ୍ତା ତାହାଲେ ଆଜି ଅକାଳରେ ୨ ଜଣଙ୍କ ଜୀବନ ଯାଇନଥାନ୍ତା ବୋଲି ଶ୍ରୀକାନ୍ତ ଜେନା ମତପ୍ରକାଶ କରିଥିଲେ ।

ମୃତକ ଙ୍କ ପରିବାର ଙ୍କୁ ୫୦ ଲକ୍ଷ ଲେଖାଏଁ କ୍ଷତି ପୂରଣ ଦେବାକୁ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଦାବି କରିଛନ୍ତି । କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ବ୍ରାହ୍ମଣୀଗାଁ ମେଡ଼ିକାଲ ଗସ୍ତ କରି ସ୍ବାସ୍ଥ୍ୟ ସେବାର ଅନୁଧ୍ୟାନ କରିଥିଲେ । ଶ୍ରୀକାନ୍ତ ଜେନା ଙ୍କ ଗସ୍ତ ସମୟ ରେ କଂଗ୍ରେସ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡ଼ା, ବରିଷ୍ଟ କଂଗ୍ରେସ ନେତା ଅମିର ଚାନ୍ଦ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।