January 31, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଚିରା ପଲିଥିନ କୁଡ଼ିଆ ରେ ଅସହାୟ ବିଧବା ହୀରା କୋଚିଆ ଙ୍କ ପରିବାର, ଆଵାସ ଯୋଜନା କାହା ପାଇଁ ?

ମୋ ଟିଭି ଓଡିଶା / କଳାହାଣ୍ଡି : ୨୦/୦୭


ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ହିତାଧିକାରୀଙ୍କ ପାଇଁ ଅନେକ ଯୋଜନା ର ରୂପରେଖ ପ୍ରସ୍ତୁତ କରୁଥିବା ବେଳେ ତଳ ସ୍ତରରେ ରହିଥିବା ସରକାରୀ ବାବୁ ଓ ନିର୍ବାଚିତ ଜନ ପ୍ରତିନିଧି ଙ୍କ ଦୂରଦୃଷ୍ଟି ଅଭାବ ରୁ ସରକାରୀ ଯୋଜନା ରୁ ବଞ୍ଚିତ ରହିଛନ୍ତି ଅନେକ ଗରିବ ହିତାଧିକାରୀ। ବାସହିନ ପରିବାର ଙ୍କ ପାଇଁ ଆଵାସ ଯୋଜନା ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ରେ ଦିଗହରା ପାଲଟିଛି ଆଵାସ ଯୋଜନା l ତାହାର ଏକ ଜ୍ବଳନ୍ତା ଉଦାହରଣ ଭାବେ କାଉଡୋଳା ଗ୍ରାମ ର ବିଧବା ହୀରା କୋଚିଆ ଙ୍କ ପରିବାର କୁ ଦେଖିଲେ ସ୍ପଷ୍ଟ ଜଣାପଡେ।

ଆଜିକୁ ୨ ବର୍ଷ ତଳେ ସ୍ୱାମୀ ଦାମୋଦର କୋଚିଆ ଙ୍କ ମୃତ୍ୟୁ ପରେ ବେସାହାରା ହୋଇ ପଡିଛନ୍ତି ହୀରା କୋଚିଆ। ଛିଣ୍ଡା ପଲିଥିନ ଢଙ୍କା ଓ ଏକ କୁଡ଼ିଆ ଘରେ ନିଜ ୨ ନାବାଳକ ପୁଅ ସୀମାଞ୍ଚଲ ଓ ପୂର୍ଣ୍ଣଚନ୍ଦ୍ର ଙ୍କ ସହିତ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। କୁଡ଼ିଆ ଘରେ ଦିନ ରେ ସୂର୍ଯ୍ୟ ତ ରାତିରେ ତାରା ଦିଶୁଛି,ପୁଣି ବର୍ଷା ହେଲେ ପାଣି ପଶି ଘର ତିନ୍ତୁ ଥିବା କାରଣରୁ ରାନ୍ଧିବା,ଖାଇବା, ଶୋଇବା ସମୟରେ ସରୀସୃପ ର ଭୟ ରହିଥିବା ବେଳେ ଅନେକ ଅସୁବିଧା ଭୋଗୁଛନ୍ତି ହୀରା କୋଚିଆ ଓ ଦୁଇ ପୁଅ।

ସରକାରୀ ସୁବିଧା କହିଲେ ମାସକ ୨୦ କେଜି ଚାଉଳ ଓ ବିଧବା ଭତ୍ତା ରେ ଗୁଜୁରାଣ ମେଣ୍ଟାଉଛନ୍ତି । ଆଵାସ ଘର ଖଣ୍ଡିଏ ପାଇଁ ଅନେକ ଥର ପଞ୍ଚାୟତ ଠୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରିଥିଲେ ମଧ୍ୟ କେହି ତାଙ୍କ କଥାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି।
ସ୍ୱାମୀ ଚାଲିଯିବା ର ଦୁଃଖ ସାଙ୍ଗ କୁ ୨ ଛୁଆଙ୍କୁ ମଣିଷ କରିବା ପାଇଁ ହୀରା କୋଚିଆ ଙ୍କ ପାଇଁ ଜୀବନ ଯେମିତି ଦୁର୍ବିସହ ହୋଇ ପଡିଛି। ଆଶା ଖବର ପ୍ରକାଶିତ ପରେ ବ୍ଲକ ପ୍ରଶାସନ ହୀରା କୋଚିଆ ଙ୍କୁ ଆଵାସ ଯୋଜନା ରେ ସାମିଲ କରି ତାଙ୍କ ଦୁଃଖ ଲାଘବ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଯତ୍ନବାନ ହେବେ।
ସମ୍ବାଦଦାତା—ସନତ କୁମାର ପ୍ରଧାନୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।