ରାଜରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ । କଟଣିଛଟଣି ସହ ୭କେଜି ଧାନ କାଟିବାକୁ ବିରୋଧ କରି ନରସିଂହପୁରରେ ଚାଷୀମାନଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି । କୋକଳବା ସେବା ସମବାୟ ସମିତିରେ ଧାନ ଉଠାଇବାକୁ ନେଇ ମିଲର ଓ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଫଳରେ ମିଲରଙ୍କ ମନମୁଖୀ କାର୍ୟ୍ୟ ପାଇଁ ଚାଷୀମାନଙ୍କ ଦ୍ୱାରା କଟକରୁ କମଳାଡିହ ମୁଖ୍ୟ ୬୫ନଂ ରାଜ୍ୟରାଜପଥର କୋକଳବା ଛକ ଠାରେ ରାସ୍ତା ଅବରୋଧ କରାଯାଇଛି। ରାସ୍ତାରୋକ କରିବା ସହ ମିଲରଙ୍କ ବିରୋଧରେ ନାରାବାଜି କରିଛନ୍ତି ୭ଟି ଗାଁର ଚାଷୀ । ଘଟଣା ସ୍ଥଳରେ ନରସିଂହପୁର ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରୀ ଭବାନୀ ଖୁଣ୍ଟିଆ ପହଞ୍ଚି ଚାଷୀଙ୍କୁ ବୁଝସୁଝା କରିଛନ୍ତି । ତୁରନ୍ତ ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଲେ ଚାଷୀ।
ମୋ ଟିଭି ଓଡିଶା ଡେସ୍କ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।