MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଖୁବଶୀଘ୍ର ଆସୁଛି ମହାଶ୍ଵେତା ରାୟଙ୍କ ଅଭିନୀତ ଫିଲ୍ମ ‘ଆଶ୍ରମ’ ।

ମୋ ଟିଭି ଓଡିଶା / ଭୁବନେଶ୍ୱର : ଖୁବଶୀଘ୍ର ଆସୁଛି ମହାଶ୍ଵେତା ରାୟଙ୍କ ଅଭିନୀତ ଫିଲ୍ମ ‘ଆଶ୍ରମ’ । ମାନବବାଦର ଏକ ସୁନ୍ଦର ବାର୍ତ୍ତାକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଆୟୋଜିତ ହୋଇଛି । ଏହି ଅବସରରେ ମହାଶ୍ଵେତା ରାୟଙ୍କ ସମେତପୁରା ଟିମ, ଓଲିଉଡର ନାମାଦାମୀ କଳାକାର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇ ଫିଲ୍ମକୁ ଉପଭୋଗ କରିଥିଲେ ।

ମାନବବାଦର ଏକ ସୁନ୍ଦର ବାର୍ତ୍ତାକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ଫିଲ୍ମ ‘ଆଶ୍ରମ-ଏକ ଅଶାର ଆଶ୍ରୟ’। ଏକ ପାରିବାରିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ଗୁରୁ ଶିଷ୍ୟ ପରମ୍ପରାର ଝଲକ ଏଥିରେ ଦେଖିବାକୁ ମିଳିବ । କିଭଳି ଜଣେ ପ୍ରଶାସନିକ ଅଧିକାରୀ ଚାକିରିରୁ ଅବସର ନେବା ପରେ ସେବା ପାଇଁ ଭୁଲିଯାଇଥିବା ଅତୀତର ସେଇ ମଧୁର ସ୍ମୃତି ବା ନିଜ ଭିତରେ ଥିବା କଳାକୁ ଆଉ ଥରେ ୟୁଜିବିତ କରୁଛନ୍ତି । ଆଉ ନିଜ ପରିଣତ ବୟସରେ ଅଧୁରା ଜୀବନ ବଂଚିବା ପାଇଁ ଏକ ସ୍ୱପ୍ନର ଆଶ୍ରୟ ବା ଆଶାର ଆଶ୍ରୟ ସ୍ଥଳ କରି ଅନେକ ଯୁବ ପ୍ରତିଭାକୁ ତାଙ୍କ ସହ ଯୋଡି ବଂଚିବାର ଆଶା ଦେଖାଉଛନ୍ତି ତାହାହିଁ ଏହି ଚଳଚିତ୍ର ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ ।

ଫିଲ୍ମର ନିର୍ଦ୍ଦେଶନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଦେଇଥିବା ବେଳେ ପ୍ରଯୋଜକ ତପନ ଦାସଙ୍କ ଦ୍ୱାରା ନିର୍ମିତ ହୋଇଛି । ସେହିପରି କାହାଣୀକୁ ଲେଖିଛନ୍ତି ଚିତ୍ରନାଟ୍ୟ ଓ ସଂଳାପକାର ଦିଲୀପ ଚୌଧୁରୀ । ଗୀତଗୁଡିକୁ ଶବ୍ଦରେ ସଜେଇଛନ୍ତି ଗୀତିକାର ବାପୁ ଗୋସ୍ୱାମୀ । ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ବେଶ ଜଣାଶୁଣା ଅଭିନେତ୍ରୀ ମହାଶ୍ଵେତା ରାୟ । ଜଣେ ସଚ୍ଚୋଟ ଆଇଏଏସ୍ ଅଧିକାରୀ ଭୂମିକାରେ ନଜର ଆସିଛନ୍ତି । ଅନେକଙ୍କ ପାଇଁ ସାଜିଛନ୍ତି ପ୍ରେରଣା ଓ ଆଶ୍ରୟର ଉତ୍ସ । ସେହିପରି ଆଉ ଦୁଇ ମୁଖ୍ୟ ଚରିତ୍ରରେ ଅଭିନେତା ଅଭିଷେକ ଗିରି ଓ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଏକାଠି ନଜର ଆସିବେ । ଅନ୍ୟ ଭୂମିକାରେ ଶ୍ଵେତା ଆଚାର୍ଯ୍ୟ, ତନୁଶ୍ରୀ, ସୌମ୍ୟା, ବିଜୟିନୀ ମିଶ୍ର, ଶଙ୍କର ଓ ତୁଷାର ପ୍ରମୁଖ ରହିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।