ଖୋର୍ଦ୍ଧା : ୨୫/୧୧/୨୪
ଚଳିତବର୍ଷ ନଭେମ୍ବର ୨୪ ତାରିଖରୁ ୩0ତାରିଖ ଦୀର୍ଘ ସପ୍ତାହ ବ୍ୟାପୀ ଶ୍ରୀ ଦାରୁବ୍ରହ୍ମ ରଥଯାତ୍ରା କମିଟି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ର ଭୂଷଣ୍ଡପୁର ସ୍ଥିତ ବାଣ ପଡିଆରେ ପ୍ରଥମତଃ ଶ୍ରୀ ଶ୍ରୀ ଜଗନ୍ନାଥ ମହୋତ୍ସବ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି ।
ଯାହାକି ଖୋର୍ଦ୍ଧା ଜିଲ୍ଳାରେ ସର୍ବାଧିକ ଜନବସତି ଏହି ଭୂଷଣ୍ଡପୁର ପଞ୍ଚାୟତରେ କୈବର୍ତ୍ତ ସମାଜ ଶତକଡା ଭାଗ ଅଧିକ ଥିବାବେଳେ ମାଛମାରି ଜୀବନ ଜିବିକା ପ୍ରତିପୋଷଣ କରୁଥିବା ବେଳେ ସାତଦିନ ଦିନଧରି ଏ ଅଞ୍ଚଳରେ ଆମିଷ କୁ ବର୍ଜନ କରିବାକୁ ନିଷ୍ପତ୍ତି ହୋଇଛି। ଏହି କାର୍ଯ୍ୟକ୍ରମ କୁ ସଂଜୟ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ଓଡିଶା ର ପୁରପଲ୍ଲୀରେ ଥିବା ବିଭିନ୍ନ ମଠ ମନ୍ଦୀରର ମହନ୍ତ ଙ୍କ ସମେତ ଅନ୍ୟ ରାଜ୍ୟ ସହ ନେପାଳରୁ ଆସି ସାଧୁସନ୍ଥ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ସେମାନଙ୍କୁ ତେନ୍ତୁଳିଆପଡା ଛକ ଠାରୁ ଶୋଭାଯାତ୍ରାରେ ନିଆଯାଇଥିଲା। ଏ ଅଞ୍ଚଳର ଘରେ ଘରେ ଦୁଆରେ କୁଡୁଆରେ ତୁଳସୀ ବୃନ୍ଦାବତୀ , ପୂର୍ଣ୍ଣକୁମ୍ଭ ବସାଇ ଦୀପ ଜାଳି ସାଧୁ ସନ୍ଥମାନଙ୍କୁ ପୁଷ୍ପମାଲ୍ୟ ଦେଇ ବନ୍ଦାପନା କରି ସ୍ଵାଗତ କରିବା ସହ ହରିବୋଲ ହୁଳହୁଳି ରେ ସାରା ଅଞ୍ଚଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଠି ହୋଇଥିଲା। ଏତତ୍ ବ୍ୟତୀତ ଏହି କାର୍ଯ୍ୟକ୍ରମ କୁ ଆହୁରି ଆକ୍ରୁଷ୍ଟ ଏବଂ ମନୋରଞ୍ଜନ କରିବା ପାଇଁ ମୀନାବଜାର ସମେତ ଦୋଳି ର ବ୍ୟବସ୍ତା ମଧ୍ୟ ରହିଛି । ଏ ଅଞ୍ଚଳରେ ଏଭଳି ମହୋତ୍ସବ କଳା, ସଂସ୍କୃତି, ପରମ୍ପରା କୁ ଭିତ୍ତିକରି ସନାତନ ଧର୍ମର ବଡ଼ ଠାକୁର ଜଗନ୍ନାଥ ମହାପ୍ରଭୁଙ୍କ ୨୪ ବେଶ ଦେଖିବାକୁ ମିଳିଥିଲା।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।