January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିକଶିତ ଭାରତ ୨୦୪୭ ଏବଂ ବିକଶିତ ଓଡ଼ିଶା ୨୦୩୬ ପାଇଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ମୋ ଟିଭି ଓଡିଶା / ଭୁବନେଶ୍ୱର-ତା-୨୩.୦୯.୨୦୨୪

ବିକଶିତ ଭାରତ ୨୦୪୭ ପାଇଁ ବିକଶିତ ଓଡ଼ିଶା – ୨୦୩୬ ନିମନ୍ତେ ଏକ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶିକା ବା ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି  ନିମନ୍ତ ଗଠିତ ରାଜ୍ୟସ୍ତରୀୟ ପରିଚାଳନା କମିଟି(ଷ୍ଟିଅରିଂ କମିଟି) ର ୧ମ ବୈଠକ  ଶନିବାର ଲୋକସେବା  ଭବନସ୍ଥିତ ସମ୍ମିଳନୀ କକ୍ଷରେ ପରିଚାଳନା କମିଟିର ଅଧ୍ୟକ୍ଷ ତଥା  ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ  ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି ।

  ଏହି  ବୈଠକରେ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର  ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ,  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇସ୍ପାତ ଓ ଖଣି ବିଭାଗ  ଶ୍ରୀ ସୁରେନ୍ଦ୍ର କୁମାରଙ୍କ  ସମେତ ବିଭିନ୍ନ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ(ସେକ୍ଟରାଲ ଗ୍ରୁପ୍ସ)ର  ସଦସ୍ୟ ଥିବା  ପ୍ରମୁଖ ଶାସନ ସଚିବ ଏବଂ  କମିଶନର  ତଥା ଶାସନ ସଚିବମାନେ ଉପସ୍ଥିତ  ଥିଲେ ।  

     ଏହି ଷ୍ଟିଅରିଂ କମିଟି  ବୈଠକରେ ପୁର୍ବରୁ ଅନୁଷ୍ଠିତ ବିଭିନ୍ନ ସଚିବସ୍ତରୀୟ କ୍ଷେତ୍ରୀୟ  ଗୋଷ୍ଠୀ ଦ୍ୱାରା  ପ୍ରଥମ ପର୍ଯ୍ୟାୟ  ବୈଠକରେ  ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ନେଇ  କରାଯାଇଥିବା  ରୂପରେଖ ସଂପର୍କରେ ପ୍ରାରମ୍ଭିକ  ଉପସ୍ଥାପନ ସହ ଆଲୋଚନା କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ରହିଥିବା ସୁବିଧା ସୁଯୋଗର  ସୁବିନିଯୋଗ  ଓ ଆହ୍ୱାନ ସମୂହର ମୁକାବିଲା ପାଇଁ ଗଠିତ ସଚିବସ୍ତରୀୟ  କ୍ଷେତ୍ରୀୟ ଗୋଷ୍ଠୀ ମଧ୍ୟରେ

୧.  ଅର୍ଥନୀତି, ଶିଳ୍ପ ଓ ଭିତ୍ତିଭୂମି ,

୨. ସାମାଜିକ ଓ ମାନବ ସମ୍ବଳ ବିକାଶ ,      

୩. ସଂସ୍କୃତି ଓ ଐତିହ୍ୟ,

୪. ବୈଷୟିକ ଜ୍ଞାନକୌଶଳ ଏବଂ ନବସୃଜନ ,

୫. ସୁଶାସନ 

୬. ଗ୍ରାମୀଣ ରୂପାନ୍ତରଣ ଭଳି କ୍ଷେତ୍ରରେ ଭିଜନ ଡକ୍ୟୁମେଣ୍ଚରେ  ସ୍ଥାନିତ ହେବାକୁ ଥିବା କ୍ଷେତ୍ରଭିତ୍ତିକ ପ୍ରାଥମିକତା, ଲକ୍ଷ୍ୟ ଓ ରଣନୀତି ସଂପର୍କରେ  ରହିଥିବା ବିଭିନ୍ନ ପ୍ରସ୍ତାବ ସଂପର୍କରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଥିଲା ।  

ମୁଖ୍ୟ ଶାସନ ସଚିବ ଏହି ପରିପ୍ରେକ୍ଷୀରେ କହିଥିଲେ ଯେ,  ଭିଜନ ଡକ୍ୟୁମେଣ୍ଟ  ପ୍ରସ୍ତୁତି କରିବା ଆମ ପାଇଁ   ଅନନ୍ୟ ସୁଯୋଗ ଆଣିଛି  ।  ଏହି ଡକ୍ୟୁମେସନ   କିପରି  ସୁବ୍ୟବସ୍ଥିତ ଭାବରେ  ଏବଂ ଏକ ବାସ୍ତବ ଦସ୍ତାବିଜ  ହେବ,  ଏଥିପାଇଁ ସଂପୃକ୍ତ ସମସ୍ତ  ସଚିବସ୍ତରୀୟ  କ୍ଷେତ୍ରୀୟ ଗୋଷ୍ଠୀର ସେ ସହଯୋଗ କାମନା କରିଛନ୍ତି  ।ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ  ବିଭିନ୍ନ  ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀର କାର୍ଯ୍ୟ ଅଗ୍ରଗତି ସଂପର୍କରେ ସୂଚନା ଦେଇଥିଲେ । ଏଥି  ସହିତ ସେ  ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଏବଂ  ବିଭିନ୍ନ ଅଂଚଳର  ସନ୍ତୁଳିତ ବିକାଶ ପରିପ୍ରେକ୍ଷୀରେ ପରାମର୍ଶ ଦେବା ସହିତ ଦେଶ ବିଦେଶରେ ଅବଲମ୍ବନ କରାଯାଉଥିବା ବିଭିନ୍ନ କ୍ଷେତ୍ରରେ ଉତ୍ତମ ଅଭ୍ୟାସ (ବେଷ୍ଟ ପ୍ରାକ୍ଚିସେସ୍ ) କୁ ଅନୁସରଣ କରାଯିବା ସଂପର୍କରେ ମତ ରଖିଥିଲେ ।

ପ୍ରସ୍ତୁତି ଜାରି ରହିଥିବା ଏହି ମାର୍ଗଦର୍ଶିକା  ୨୦୩୬  ସୁଦ୍ଧା ବିକଶିତ ଓଡିଶା ସହିତ ୨୦୪୭  ସୁଦ୍ଧା  ବିକଶିତ ଭାରତର ଜାତୀୟ ଆକାଂକ୍ଷା ସହିତ ସଂଯୋଜିତ ହେବା ଲକ୍ଷ୍ୟ ରଖିଛି  ।  ଗଠିତ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ ଏବଂ ପରିଚାଳନା କମିଟି  ବିଶିଷ୍ଟ  ନାଗରିକ, ନାଗରିକ ସମାଜ ସଂଗଠନ, ନୀତି ନିର୍ଦ୍ଧାରକ , ଶିକ୍ଷାବିତ୍, ବୁଦ୍ଧିଜୀବୀ,   ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠିତ  ନେତୃବୃନ୍ଦ ଙ୍କ  ସମେତ ବିଭିନ୍ନ ଅଂଶୀଦାରଙ୍କ  ଠାରୁ ମତାମତ ନେବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ବୈଠକରେ  ବିଭିନ୍ନ ମାଧ୍ୟମରେ ଆଲୋଚନା, ପ୍ରସ୍ତାବ ଏବଂ ମତ ସଂଗ୍ରହ ବ୍ୟତୀତ ଡିଜିଟାଲ ପ୍ଲାଟଫର୍ମ ଜରିଆରେ  ଜନସାଧାରଣଙ୍କ ଠାରୁ  ମତାମତ ସଂଗ୍ରହ ପାଇଁ ଖୁବ୍ ଶୀଘ୍ର   ଏକ  ଓ୍ୱେବ ପୋର୍ଟାଲ  ଆରମ୍ଭ କରାଯିବା  ପ୍ରସ୍ତାବ ସଂପର୍କରେ   ଆଲୋଚନା କରାଯାଇଥିଲା  ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।