January 5, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନୂଆ ବର୍ଷରେ ରିଲିଜ୍ ହେଲା ଦର୍ପଣ ଚଳଚ୍ଚିତ୍ରର ପ୍ରଥମ ଅଫିସିଆଲ୍ ପୋଷ୍ଟର

ନବ ବର୍ଷ ଅବସରରେ ସାୟନ୍ ପ୍ରଡକ୍ସନ ହାଉସ୍ ନିବେଦିତ ପ୍ରଥମ ଓଡ଼ିଆ ହୋରର୍ ଥ୍ରିଲର୍ ସିନେମା ଦର୍ପଣ ର ଫାଷ୍ଟ୍ ଅଫିସିଆଲ୍ ପୋଷ୍ଟର୍ ରିଲିଜ୍ ହୋଇଛି ଓ ଏହି ବର୍ଷ (୨୦୨୫) ରେ ବଡ଼ ପରଦାରେ ସିନେମା ଜଗତକୁ ଆସିବାକୁ ଯାଉଛି ଓ ରିଲିଜ୍ ହେବାକୁ ଯାଉଛି ବହୁତ୍ ଜଲଦି |

ଏହି ସିନେମା ଏକ ଭିନ୍ନ ଧରଣର ଭୟାନକ୍ କାହାଣୀ କୁ ନେଇ ଆଧାରିତ ଏହି ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ଵ ରେ ଅଛନ୍ତି ପ୍ରଡ୍ୟୁସର୍ ଦିଲ୍ଲୀପ କୁମାର ସାହୁ ଓ ନିର୍ଦ୍ଦେଶନା ଦେଇଛନ୍ତି ଭାରତ ପୁଷ୍ପରାଗ ଓ ଟେକ୍ନିକାଲ ସପୋର୍ଟ ଡାଇରେକ୍ଟର ଆନନ୍ଦ କୁମାର ଅଛନ୍ତି। ଏହି ଚଳଚ୍ଚିତ୍ରରେ ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି ନାୟିକା ତୃପ୍ତି ଓ ଅଙ୍କିତ । ଏହି ସିନେମାରେ ଆପଣ ଦୁଇ ନାୟକ ଓ ନୟିକାଙ୍କୁ ଦେଖିବାକୁ ପାଇବେ ଅଙ୍କିତ କୁମାର୍ ଓ ଭାରତ । ଅଙ୍କିତଙ୍କ ବିପକ୍ଷ ରେ ଅଛନ୍ତି ସୁନ୍ଦରୀ ତୃପ୍ତି ମିରମ୍ବିକା । ଆଗରୁ ତୃପ୍ତି ଓ ଅଙ୍କିତ ବହୁତ୍ ସାରା ସିନେମା ରେ ଏବଂ ବଡ ପରଦାରେ ଅଭିନୟ କରିସାରିଛନ୍ତି। ଭାରତ ମଧ୍ୟ ଆଗରୁ ବହୁତ୍ ସାରା ମୁସିକ୍ ଭିଡିଓ ରେ ମଧ୍ୟ ଅଭିନୟ କରିଛନ୍ତି ଓ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଦର୍ପଣ ସିନେମା ମାଧ୍ୟମରେ ଅଙ୍କିତ୍ ଓ ତୃପ୍ତି ମିରମ୍ବିକା ଙ୍କୁ ଦେଖିବାକୁ ପାଇବେ ଏକ ଭିନ୍ନ ଦମଦାର ଚରିତ୍ରରେ । ଏହି ଦର୍ପଣ ସିନେମାରେ ବଡ଼ ବଡ଼ ନୂଆ ପୁରୁଣା କଳାକାର ମାନଙ୍କୁ ମଧ୍ୟ ଆପଣ ମାନେ ଦେଖିବାକୁ ପାଇବେ ଯେମିତି କି ଭାରତ ପୁସ୍ପରାଗ , ହିରନମୟୀ , ପ୍ରଦ୍ୟୁମ୍ନ ଲେଙ୍କା, ରାନୁ ପାଢ଼ୀ, କାଳୀ ଚରଣ , ଲଲାଟ,ପ୍ରଜ୍ଞା, ଏମିତି ବହୁତ୍ କଳା କାରଙ୍କୁ ଦେଖିବାକୁ ପାଇବେ ଓ ଏହି ଦର୍ପଣ ଚଳଚ୍ଚିତ୍ର ଓଡ଼ିଶା ଏବଂ ଓଡ଼ିଶା ବାହାରେ ମଧ୍ୟ୍ୟ ବିଭିନ୍ନ ସ୍ଥାନରେ ମଧ୍ୟ ସୁଟିଂ ହଉଚି ଯେମିତିକି ବଲାଙ୍ଗୀର୍, ଖୋର୍ଦ୍ଧା, ଭୁବନେଶ୍ୱର, ନରଣଗଡ, ନେପାଳ, ମିରିକ୍, ଦାର୍ଜିଲିଂ ଓ ଇତ୍ୟାଦି ।

ଏହି ଦର୍ପଣ ଚଳଚ୍ଚିତ୍ରରେ ମ୍ୟୁସିକ୍ ଦେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଓ ଟୁନୁ ପଟ୍ଟନାୟକ l ଏହି ସିନେମା ରେ ବହୁତ୍ ବଡ଼ ବଡ଼ କଣ୍ଠ ଶିଳ୍ପୀ ମାନେ ସଙ୍ଗୀତ ଗାଇଛନ୍ତି ଅସୀମା ପଣ୍ଡା, ହ୍ୟୁମାନ୍ ସାଗର , ଅନ୍ତରା ଚକ୍ରବର୍ତ୍ତୀ, ଅନନ୍ୟା ଶ୍ରୀତମ ନନ୍ଦ ଓ ନାଭ୍ୟା l ଏହି ସିନେମା ରେ ସଂଳାପ ଲେଖିଛନ୍ତି ଜମେଶ ଶୁକ୍ଳା ଓ ନୃତ୍ୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ସୁଧାକର ବସନ୍ତ | ନିର୍ଦ୍ଦେଶକ ତଥା ନାୟକ ଭାରତ ପୁଷ୍ପରାଗଙ୍କ ଆଶା ଅଛି ଏହି ଦର୍ପଣ ଚଳଚ୍ଚିତ୍ର ଟି ସବୁ ବର୍ଗର ଦର୍ଶକଙ୍କ ମନକୁ ଛୁଇଁବ ଓ କିଛି ଭିନ୍ନ ଦେଖିବାକୁ ପାଇବେ ଅଡିଏନ୍ସ ପ୍ରଥମଥର ଏହି ଦର୍ପଣ ଚଳଚ୍ଚିତ୍ର ମାଧ୍ୟମରେ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ପୁରୀ ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ଖଜା ବିକ୍ରି କରିପାରିବେ ନାହିଁ। ହାଇୱା ଧକ୍କାରେ ସମ୍ବଲପୁରର ୨ ବରିଷ୍ଠ ବିଜେପି ନେତାଙ୍କ ମୃତ୍ୟୁ ସୋର,ଦୀର୍ଘ ଦିନର ଦାବି ସୋରବାସୀଙ୍କ ଗତକାଲି ପୂରଣ ହୋଇଛି l 36 ଗୋରୁ ଉଦ୍ଧାର କଲା ପୋଲିସ, ଡ୍ରାଇଭର ହେଲ୍ପର ଫେରାର ପ୍ରବାସୀ ଭାରତୀୟ ଦିବସରେ ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ... ଲିଫ୍ଟ କେନାଲ ରୁ ଜଳସେଚନ ଓ ଡିପିଆର ପରିବର୍ତ୍ତନ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ସଚେତନ କୃଷକ ମଞ୍ଚ କର୍ମକର୍ତ୍ତା। ରେଙ୍ଗାଳପାଲି ମଣ୍ଡି ଉଦଘାଟିତ, ଉତ୍ସାହ ର ସହ ଧାନ ବିକ୍ରି କଲେ ଚାଷି। କଳାହାଣ୍ଡି ଉତ୍ସବ ଘୁମୁରା ସାଂସ୍କୃତିକ ଉପ କମିଟି ର ବୈଠକ। ମୁଖ୍ୟମନ୍ତ୍ରୀ ମୋହନଙ୍କ ବ୍ୟକ୍ତିଗତ ସଚିବ ହେଲେ ମନୋଜ କୁମାର ସାହୁ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା